‘ସାହସ ଅଛି ତ, ଆସ ଗିରଫ କରି ଦେଖାଅ’

1 min read

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ଦଳ ପ୍ରବର୍ତ୍ତନ ନିର୍ଦ୍ଦେଶାଶୟ ମୁହାଁମୁହିଁ  । EDରୁ ନୋଟିସ ଆସିବା ସ୍ୱତେ କାର୍ଯ୍ୟାଳୟରେ ହାଜର ହେଉ ନାହାଁନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ  । ବେଆଇନ୍ ଖଣି ଖନନ ମାମଲାରେ ଝାଡଖଣ୍ଡରେ ଇଡିର ଖୋଲତାଡ ଜାରି ରହିଛି  । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ହାଜର ହେବା ପାଇଁ ନୋଟିସ ହେବାପରେ ରାଜନୀତି ଜୋର ଧରିଛି  । ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏକ ପ୍ରତିବାଦ କାର୍ଯ୍ୟକ୍ରମ କରିଛି  । ଯେଉଁଥିରେ ସାମିଲ ହୋଇଥିଲେ ହେମନ୍ତ ସୋରେନ  । ଇଡିକୁ ଟାର୍ଗେଟ କରି ସୋରେନ କହିଥିଲେ, ଯାହା କରିବାର ଅଛି କର  । କିନ୍ତୁ ମୁଁ ହାଜର ହେବାର ପ୍ରଶ୍ନ ଉଠୁନାହିଁ  । ଯଦି ମୁଁ ଦୋଷୀ ତେବେ ଆସ, ମୋତେ ଆରେଷ୍ଟ କର ବୋଲି ଖୁଲମଖୋଲା କହିଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ  ।

ବିଜେପି ଏବଂ କେନ୍ଦ୍ର ସକରକାରଙ୍କ ବିରୋଧରେ ବର୍ଷିଛନ୍ତି ହେମନ୍ତ  । କାର୍ଯ୍ୟକ୍ରମରେ ଯୋଗଦେଇ ସୋରେନ କହିଥିଲେ, ଝାଡଖଣ୍ଡ ଆଦିବାସୀ କେବେ ବି ବାହାର ନେତାଙ୍କୁ ଗ୍ରହଣ କରିବେ ନାହିଁ  । ଆଦିବାସୀଙ୍କ ପରମ୍ପରା ଉପରେ ପ୍ରଭାବ ପକାଉଥିବା ଲୋକଙ୍କ ସ୍ଥାନ ଏଠି କଦାପି ନାହିଁ  । ବାହାର ରାଜ୍ୟରୁ ଆସିଥିବା ଲୋକଙ୍କ ମନ୍ଦ ଉଦ୍ଦେଶ୍ୟ ଏଠି ଚଳିବ ନାହିଁ  । ଆଗକୁ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଅଛି  । ଝାଡଖଣ୍ଡର ସାଧାରଣ ଜନତା ଏହାର ସଠିକ ଜବାବ ଦେବେ ବୋଲି କହିଛନ୍ତି ହେମନ୍ତ ସୋରେନ  ।

ବିଜେପି ଏଠି ସଫା ହୋଇଯିବ  । କାରଣ ଏଠି କେବଳ ଝାଡଖଣ୍ଡୀ ଶାସନ ଚାଳିବ  । ଯଦି ସାହାସ ଅଛି ଆସିକି ଆରେଷ୍ଟ କରିନିଅ  । ଯଦି ମୁଁ ଦୋଶୀ ତେବେ ଆଦିବାସୀଙ୍କ କାର୍ଯ୍ୟକ୍ରମରୁ ମୋତେ ଗିରଫ କରିନିଅ ବୋଲି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ମୁଖ୍ୟ ହେମନ୍ତ ସୋରେନ  ।