‘ଭଗବାନ ଏମିତି ପୁଅ କାହାକୁ ଦିଅନି’…
1 min read
ସୋର: ବାର୍ଦ୍ଧ୍ୟକ ଛାପରେ ଓହଳି ପଡ଼ିଲାଣି ମୁହଁର ଚମଡ଼ା । ଏପରିକି ଠିକସେ କଥା ବି କହିପାରୁନି ବୁଢୀ ମାଆ । ଖାଇବା କଥା କିଏ ପଚାରେ ? ବୟସର ଅପରାହ୍ଣରେ ମେଡିକାଲ ପରିସର ଗଛ ମୂଳେ ବିତୁଛି ବାକି ଜୀବନ । ନିଜର ୩ ପୁଅ ଥିଲେ ହେଁ କେହି ପଚାରୁନାହାନ୍ତି । ଆଜିକୁ ୧୨ ଦିନ ହେଲାଣି ଗଛ ମୂଳେ ଶୀତକାକରରେ ପଡ଼ି ରହିଛନ୍ତି ସୋର ବ୍ଲକ ତୁଣ୍ଡପଡ଼ା ଗାଁର ୮୦ ବର୍ଷିଆ ମାଗୁଣି ନାଥ ।

ସ୍ୱାମୀ ଭରତ ନାଥଙ୍କ ମୃତ୍ୟୁ ପରେ ପୁଅ, ବୋହୂଙ୍କୁ ନିର୍ଯାତନା ସହିନପାରି କଟକ ଚାଲି ଆସିଥିଲେ । ସେଠାରେ ଆସି ଭିକ୍ଷାବୃତ୍ତି କରି ଚଳୁଥିଲେ । ତେବେ, ମାଆଙ୍କ ପାଖରେ କିଛି ଟଙ୍କା ଥିବା ଜାଣିବା ପରେ ବୁଝାସୁଝା କରି ଘରକୁ ନେଇ ଯାଇଥିଲେ ପୁଅ, ବୋହୂ । ଘରକୁ ସିନା ସ୍ନେହ ଦେଇ ନେଇଗଲେ । ମନରେ ଥିଲା ଟଙ୍କା ଲୋଭ । ମାଆକୁ ମାଡ଼ ମାରି ପାଖରେ ଥିବା ୧୫ ହଜାର ଟଙ୍କା ନେଇ ଘରୁ ତଡ଼ିଦେଲେ ।

ତା’ପରଠୁ ସୋର ମେଡିକାଲ ପରିସରରେ ଥିବା ଗଛ ମୂଳେ ଦିନ, ରାତି କଟାଉଛନ୍ତି ମାଗୁଣି । ବୃଦ୍ଧା ବୟସରେ ୩ ପୁଅ ପର କରି ଦେଇଥିବାରୁ କାହା ଉପରେ ସେ ଆଶ୍ରା କରିପାରୁ ନାହାନ୍ତି । କେବଳ କହୁଛନ୍ତି, ଭଗବାନ ଏମିତି ପୁଅ ଆଉ କାହାକୁ ନଦିଅନ୍ତୁ ।…. ')}