ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ପୂରା ପରିବାର, ମୁଣ୍ଡ ଉପରେ ୪ ଝିଅଙ୍କ ବୋଝ

ବଲାଙ୍ଗିର: ୮ ମାସ ତଳେ ବେଶ ହସଖୁସିରେ ଚଳୁଥିଲା ପରିବାର । ହେଲେ ବିଧିର ବିଧାନ ଥିଲା ଅଲଗା । ସ୍ବାମୀର ମୃତ୍ୟୁ ପରେ ଏବେ ମୁଣ୍ଡ ଉପରେ ୪ ଝିଅଙ୍କ ବୋଝ । ପରିବାର ପ୍ରତିପୋଷଣ କରିବାକୁ ପୁଷ୍ପାଞ୍ଜଳି କରୁଛନ୍ତି ଅହରହ ଉଦ୍ୟମ । ଘରର ମୁରୁବି ଚାଲିଯିବା ପରେ ଏବେ ୪ ଛୁଆଙ୍କ ମୁହଁରେ ଆହାର ଦେବାକୁ ପାଖରେ ଟଙ୍କାଟିଏ ନାହିଁ । ଦୈନିକ ମଜୁରି ଲାଗିଲେ ପରିବାର ଚଳିବ । ଏଭଳି ସ୍ଥିତିରେ କେମିତି ପିଲାମାନେ ପାଠ ପଢ଼ିବେ ତାଙ୍କୁ ନେଇ ଚିନ୍ତାରେ ପୁଷ୍ପାଞ୍ଜଳି ।

ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ପୂରା ପରିବାର । ହସଖୁସି ଜୀବନ ଭିତରେ ଘୋଟିଆସିଛି କଳାଦବାଲ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବାହାବଲ ଗାଁର ପୁଷ୍ପାଞ୍ଜଳି ବାଗ । ୪ ଝିଅଙ୍କ ସହ ସୁରୁଖୁରୁରେ ଦିନ ବିତୁଥିଲା । ହେଲେ ଗତ କିଛି ମାସ ତଳେ ହଠାତ ପ୍ରାଣ ହରାଇଥିଲେ ନରହରି । ସେବେଠୁ ବଦଳିଛି ପୁଷ୍ପାଞ୍ଜଳିଙ୍କ ଭାଗ୍ୟ । ଘରର ମୁରୁବି ଚାଲିଯିବା ପରେ ଏବେ ୪ ଛୁଆଙ୍କ ମୁହଁରେ ଆହାର ଦେବାକୁ ପାଖରେ ଟଙ୍କାଟିଏ ନାହିଁ । ଦୈନିକ ମଜୁରି ଲାଗିଲେ ପରିବାର ଚଳିବ । ଏଭଳି ସ୍ଥିତିରେ କେମିତି ପିଲାମାନେ ପାଠ ପଢ଼ିବେ ତାଙ୍କୁ ନେଇ ଚିନ୍ତାରେ ପୁଷ୍ପାଞ୍ଜଳି ।

୫ଜଣଙ୍କୁ ୨୫ କେଜି ଚାଉଳ ମିଳୁଥିବା ବେଳେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ କୌଣସି ସହାୟତା ପାଇପାରିନାହାଁନ୍ତି ପୁଷ୍ପାଞ୍ଜଳି । ପଞ୍ଚାୟତର କୌଣସି ଅସ୍ଥାୟୀ କାମରେ ନିଯୁକ୍ତି କିମ୍ବା ବିଧବା ଭତ୍ତା କରିବାକୁ ପ୍ରଶାସନ ପାଖରେ ଦ୍ବାରସ୍ଥ ହୋଇଥିଲେ ବି ମିଳିନି କୌଣସି ସୁଫଳ । ୪ ଝିଅଙ୍କ ପାଠପଢା ସୁବିଧା ସାଙ୍ଗକୁ ରେଡକ୍ରସ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ସେପେଟେ ବଙ୍ଗୋମୁଣ୍ଡା ବିଡିଓ କହିଛନ୍ତି ଖୁବଶୀଘ୍ର ତାଙ୍କୁ ବିଧବା ଭତ୍ତା ପ୍ରଦାନ କରାଯିବ । ଏଥିସହ ପରିବାରକୁ ଭେଟି ଝିଅଙ୍କୁ ବାହାରେ ପଢାଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଡିଓ ।