ଦଇବ ସାଜିଛି ଦାଉ: ଦିବ୍ୟାଙ୍ଗ ସନ୍ତାନଙ୍କ ସେବା କରି ନିଜେ ହୋଇଗଲେଣି ବେସାହାରା

ବ୍ରହ୍ମପୁର: ଗଞ୍ଜାମ ପାତ୍ରପୁର ବଡ଼ ବ୍ରାହ୍ମଣ ସାହିରେ ରୁହନ୍ତି ତୁଳସୀ ମହାନ୍ତି । ବୟସ ୬୫ ହେବ । ହେଲେ ଏହି ଅବସ୍ଥାରେ ପିଲାମାନେ ଯେଉଁଠି ମାଆର ସାହାରା ହେବା କଥା, ସେଠି ସମ୍ଭାଳୁଛନ୍ତି ୩ ପିଲାଙ୍କ ବୋଝ । ଘରର ଆର୍ଥିକ ଅବସ୍ଥା ବି ଭଲ ନାହିଁ । ଆରପାରିରେ ସ୍ୱାମୀ, ରୋଜଗାର ବି କିଛି ନାହିଁ । ଏପରି ଅବସ୍ଥାରେ ସରକାରୀ ସହାୟତାକୁ ଆକୁଳି ନିବେଦନ କରିଛନ୍ତି ସ୍ଥାନୀୟ ଲୋକ ।

ଦଇବ ସାଜିଛି ଦାଉ. ବୃଦ୍ଧାବସ୍ଥାରେ 3 ସନ୍ତାନଙ୍କ ଭରଣପୋଷଣର ବୋଝ । ଦିବ୍ୟାଙ୍ଗ ସନ୍ତାନଙ୍କ ସେବା କରି ନିଜେ ହୋଇଗଲେଣି ବେସାହାରା. ଗରିବୀ ତାଡ଼ନା ସାଙ୍ଗକୁ ପରିବାର ପ୍ରତିପୋଷଣ ତାଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି । ମନର ଦୁଃଖ ମନରେ ମାରି ଆଖିରୁ ଲୁହ ଗଡ଼ାଇ ଭଗବାନଙ୍କ ଭରସାରେ ଜୀବନ କାଟୁଛନ୍ତି । ପୂର୍ବରୁ ମାନସିକ ବିକାର ଗ୍ରସ୍ତ ବଡ଼ପୁଅ କେଉଁଆଡେ ଚାଲିଯାଇଛି । ଏବେ ପରିବାରରେ ମାଆ, ପୁଅ ଓ 2 ଝିଅ ଅଛନ୍ତି । ମାଆକୁ ଛାଡ଼ି ପରିବାରର ସମସ୍ତ ସଦସ୍ୟ ଦିବ୍ୟାଙ୍ଗ । ଯୌବନ ଅବସ୍ଥାରେ ପିଲାଙ୍କ ଏ ଅବସ୍ଥା ମାଆ ପାଇଁ ସମସ୍ୟା ବଢାଉଛି । ସରକାରଙ୍କ ଅର୍ନ୍ତୋଦୟ ଯୋଜନାରୁ ୩୫ କିଲୋ ଚାଉଳ ମିଳୁଥିଲେ ହେଁ ତାହା ସମୁଦ୍ରକୁ ଶଙ୍ଖେ । ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଓ ରୋଷେଇ ସାମଗ୍ରୀ ପାଇଁ ପାଖ ପଡ଼ୋଶୀ ସହଯୋଗ କରିଥାନ୍ତି । ହେଲେ ବି ପରିବାର ଚଳାଇବା ପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥାଏ । ତୁଳସୀଙ୍କ ଏପରି ଦୟନୀୟ ପରିସ୍ଥିତିକୁ ନେଇ ସାରା ଗାଁ ଦୁଃଖ ପ୍ରକାଶ କରିଛି ।

Leave a Reply