ଖବର ଦୁନିଆରୁ ସାମାଜିକ ଦାୟିତ୍ୱବୋଧତା : ଜାରି ରହିଛି ନନ୍ଦିଘୋଷ ଟିଭିର ରିଲିଫ ବଣ୍ଟନ ଅଭିଯାନ, ଅସହୟାଙ୍କୁ ବାଣ୍ଟିଲା ରାସନ

1 min read

ଭୁବନେଶ୍ୱର: କରୋନା କବଳରେ ଜନଜୀବନ । କରୋନା ସହ ଲଢିବା ପାଇଁ ଚାରିଆଡେ ଲକଡାଉନ ପରିସ୍ଥିତି । ନିଜ ଘରେ ଲୋକେ ବନ୍ଦି ହୋଇ ରହିଛନ୍ତି । ଗାଁଠୁ ସହର ଯାଏଁ ସବୁଠି ଲକଡ଼ାଉନ । ଲକଡାଉନ୍‌ ସମୟରେ ସଟଡାଉନ୍‌ ହୋଇଛି ରୋଜଗାର । ସରକାରୀ ସହ ଘୋରଇ ସଂସ୍ଥା କାମଧନ୍ଦା ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହା ଦିନ ମଜୁରିଆ ଓ ଗରିବ ଲୋକଙ୍କ ପାଇଁ ବେଶ କଷ୍ଟକର ହୋଇଯାଇଛି । ଏଭଳି ସମୟରେ ନନ୍ଦିଘୋଷ ଟିଭି ଆରମ୍ଭ କରିଛି ‘ଆପଣଙ୍କ ସହ ଆମେ’ ।

ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ଲକଡାଉନ୍ ପାଇଁ ଅସୁବିଧାର ସମ୍ମୁଖୀନ  ହେଉଥିବା ଲୋକଙ୍କ ପାଖରେ ପହଞ୍ଚିଛି ନନ୍ଦିଘୋଷ ଟିଭି । ଗରିବ, ଖଟିଖିଆ, ଦିନମଜୁରିଆ, ଭିନ୍ନକ୍ଷମ ଏବଂ ଅସହାୟଙ୍କ ସହାୟତା କରୁଛି ଏହି ଚ୍ୟାନେଲ। ରାଜଧାନୀର ଘରେ ଘରେ ଫସି ରହିଥିବା ସମସ୍ତଙ୍କ ନିକଟରେ ପହଞ୍ଚାଉଛି ରାସନ୍‌। ଭୁବନେଶ୍ୱର ସ୍ଥିତ ଫାୟାର ଷ୍ଟେସନ ବସ୍ତି ଅଞ୍ଚଳରେ ଅସହାୟଙ୍କୁ  ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଶଷ୍ଠ ଦିନରେ ପହଁଚିଛି । ନନ୍ଦିଘୋଷ ସହ ସାମିଲ ହୋଇଛି ଗଙ୍ଗାଧର ସାହୁ ଫାଉଣ୍ଡେସନ । ଲକଡାଉନ ସମୟରେ ସାହାଯ୍ୟ ପାଇଁ ନନ୍ଦିଘୋଷ ଟିଭି ଏବଂ ଗଙ୍ଗାଧର ସାହୁ ଫାଉଣ୍ଡେସନ କୁ ବିଭିନ୍ନ ମହଲରୁ ପ୍ରଶଂସା ଓ ସମର୍ଥନ ମିଳୁଛି ।

https://www.facebook.com/nandighoshatv/videos/1926014407535845/

Leave a Reply