spot_img

Latest Posts

ଋଷରୁ ଆସିଲା ସାହାଯ୍ୟ; ଅମ୍ଳଜାନ, ଔଷଧ ଓ ଭେଣ୍ଟିଲେଟର ସହ ଭାରତରେ ପହଞ୍ଚିଲା ୨ ବିମାନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଭାରତରେ କରାଳ ରୂପ ଦେଖାଉଛି। ଦୈନିକ ଲକ୍ଷାଧିକ କରୋନା ସଂକ୍ରମିତ ଚିହ୍ଟ ହେଉଥିବାବେଳେ ଡାକ୍ତରଖାନାରେ ବେଡ୍ ଓ ଅମ୍ଳଜାନ ଅଭାବରୁ ପ୍ରତ୍ୟେକ ଦିନ ହଜାର ହଜାର ରୋଗୀ ପ୍ରାଣ ହରାଉଛନ୍ତି। ସାରା ବିଶ୍ୱରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ସବୁଠୁ ଅଧିକ ଭାରତ ଉପରେ ପଡ଼ିଛି। ତେବେ ଋଷ ଭାରତକୁ ସାହାଯ୍ୟର ହାତ ବଢ଼ାଇଛି। ଗୁରୁବାର ଭାରତରେ ପହଞ୍ଚିଛି ଋଷରୁ ପ୍ରଥମ ସହାୟତା। ଅମ୍ଳାଜାନ, ଆବଶ୍ୟକୀୟ ଔଷଧ ଓ ଭେଣ୍ଟିଲେଟର ସହ ନୂଆଦିଲ୍ଲୀରେ ପହଞ୍ଚିଛି ଋଷର 2ଟି ବିମାନ।

ଋଷ ଭାରତକୁ ପଠାଇଥିବା ପ୍ରଥମ ସାମଗ୍ରୀରେ ରହିଛି 20 ଅମ୍ଳଜାନ କନଶନଟ୍ରେଟର, 75 ଭେଣ୍ଟିଲେଟର, 150 ବେଡସାଇଡ୍ ମନିଟର ଏବଂ କିଛି ଆବଶ୍ୟକୀୟ ଔଷଧ। ଏହି ସମସ୍ତ ସାମଗ୍ରୀ ସହ ଷରୁ ଦୁଇଟି ବିମାନ ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିଛି। ବର୍ତ୍ତମାନ ଏୟାର କାର୍ଗୋ ଏବଂ ଦିଲ୍ଲୀ କଷ୍ଟମ୍ସ ବିମାନରେ ଆସୁଥିବା ଜିନିଷଗୁଡ଼ିକୁ କ୍ଲିଅରାନ୍ସ କରୁଛନ୍ତି।

ଶନିବାର ବସିଥିବା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ୱ ବିଭାଗକୁ ଏହିପରି ଉପକରଣଗୁଡ଼ିକର ସୁଗମ ତଥା ଶୀଘ୍ର କ୍ଲିୟରାନ୍ସ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଭାରତର ଏଭଳି ଜାତୀୟ ସଂକଟ ସମୟରେ କେବଳ ଋଷ ନୁହେଁ ଆମେରିକା, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ଆୟର୍ଲାଣ୍ଡ, ବେଲଜିୟମ, ରୋମାନିଆ, ଲକ୍ସେମବର୍ଗ, ସିଙ୍ଗାପୁର, ପର୍ତ୍ତୁଗାଲ, ସ୍ୱିଡେନ, ନ୍ୟୁଜିଲ୍ୟାଣ୍ଡ, କ୍ୱେତ ଏବଂ ମରିସସ୍ ଭଳି ଅନେକ ପ୍ରମୁଖ ଦେଶ ଭାରତକୁ ମହାମାରୀ ସହ ମୁକାବିଲା କରିବାରେ ସହାୟତା କରିବାକୁ ଘୋଷଣା କରିଛନ୍ତି।

Latest Posts

Don't Miss