ଖରାପ ପାଗ ଯୋଗୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହେଲିକପ୍ଟରର ଜରୁରୀ ଅବତରଣ

ଚେନ୍ନାଇ: ଆର୍ଟ ଅଫ ଲିଭିଂ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ହେଲିକପ୍ଟରର ଜରୁରୀ ଅବତରଣ । ତାମିଲନାଡ଼ୁ ଏରୋଡର ସାଥିଆମଙ୍ଗଳମ ନିକଟସ୍ଥ ଉକିନିୟାମରେ ଜରୁରୀ ଅବତରଣ କଲା ହେଲିକପ୍ଟର । ଏକ ହେଲିକପ୍ଟରରେ ଶ୍ରୀ ଶ୍ରୀ ରବି ଶଙ୍କର ଓ ଅନ୍ୟ ୩ ଜଣ ଯାତ୍ରା କରୁଥିବାବେଳେ ଘନ କୁହୁଡ଼ି ଓ ଖରାପ ପାଗ ଯୋଗୁ ସେଠାରେ ପୂର୍ବାହ୍ନ ୧୦ଟା ୪୦ରେ ହେଲିକପ୍ଟରର ଜରୁରୀ ଅବତରଣ କରାଯାଇଥିଲା । ପ୍ରାୟ ୫୦ ମିନଟ ପରେ ପାଗ ଅନୁକୂଳ ହେବା ପରେ ରବି ଶଙ୍କର ପୁଣି ଯାତ୍ରା କରିଥିଲେ । ଏକ ଘରୋଇ ହେଲିକପ୍ଟରରେ ରବିଶଙ୍କର ବାଙ୍ଗାଲୋର ତିରୁପୁର ଗସ୍ତରେ ଯାଉଥିଲେ । ତେବେ କୁହୁଡ଼ି ଯୋଗୁ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା ।