spot_img

Latest Posts

ଏପ୍ରିଲ ୨୬ରେ ୧୩ ରାଜ୍ୟର ହେବ ମତଦାନ, ମଇଦାନରେ ହେଭିୱେଟ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ୧୩ ରାଜ୍ୟର ୮୯ ଆସନରେ ହେବ ମତଦାନ। ଆସାମର ୫ ଲୋକସଭା ଆସନ, ବିହାରର ୫, ଛତିଶଗଡ଼ ୩, କର୍ଣ୍ଣାଟକର ୧୪, କେରଳର ୨୦, ମଧ୍ୟପ୍ରଦେଶର ୭, ମହାରାଷ୍ଟ୍ରର ୮, ଉତ୍ତରପ୍ରଦେଶର ୮, ରାଜସ୍ଥାନର ୧୩, ପଶ୍ଚିମବଙ୍ଗର ୩ ସହ ତ୍ରିପୁରା, ମଣିପୁର ଓ ଜମ୍ମୁ କାଶ୍ମୀର ଗୋଟିଏ ଲେଖାଏ ଆସନରେ ଭୋଟ ଗ୍ରହଣ ହେବ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେ.ସି. ଭେନୁଗୋପାଲ, ତାରିକ ଅନୱର, ଶଶୀ ଥରୁରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। କେରଳର ପୂର୍ବତନ ମୁଖ୍ଯମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି, ଅଶୋକ ଗେହଲଟଙ୍କ ପୁଅ ବୈଭବ ପଟେଲ, ବସୁନ୍ଧରା ରାଜେଙ୍କ ପୁଅ ଦୁଶ୍ଯନ୍ତ ସିଂ, ପୂର୍ବତନ ମୁଖ୍ଯମନ୍ତ୍ରୀ ଏଚ.ଡି.କୁମାରସ୍ବାମୀ, ଭୂପେଶ ବଘେଲ ବି ରହିଛନ୍ତି ମଇଦାନରେ।

ଅଭିନେତ୍ରୀ ହେମାମାଳିନୀ, ଅରୁଣ ଗୋଭିଲଙ୍କର ବି ହେବ ଭାଗ୍ଯ ପରୀକ୍ଷା। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ରାଜସ୍ଥାନ ଏବଂ କେରଳରେ ଭୋଟଗ୍ରହଣ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ। ଏପ୍ରିଲ ୧୯ରେ ରାଜସ୍ଥାନର ୧୨ ଲୋକସଭା ଆସନ ଲାଗି ଭୋଟଗ୍ରହଣ ହୋଇଥିଲା। କେରଳର ୱାଏନାଡ ଆସନରୁ ଲଢୁଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି। ଦ୍ଵିତୀୟ ପର୍ଯ୍ୟାୟ ଭୋଟର ଚର୍ଚ୍ଚିତ ଆସନ ରହିଛି ରାହୁଲଙ୍କ ୱାଏନାଡ୍ ଆସନ।

Latest Posts

Don't Miss