ତିର୍ତ୍ତୋଲରେ ଜମୁଛି ପ୍ରଚାର, ମଇଦାନରେ ଭୋଟ୍ ମାଗୁଛନ୍ତି ଷ୍ଟାର ପ୍ରଚାରକ

Heavy Weight Campaign For Party’s Candidate In Tirtol By Poll

ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଜମିଲାଣି ନିର୍ବାଚନୀ ମାହୋଲ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଗାଁ ଗାଁ ବୁଲୁଛନ୍ତି ରାଜନେତା । ପ୍ରତି ଦଳର ପ୍ରାର୍ଥୀ ଷ୍ଟାର ପ୍ରଚାରକଙ୍କୁ ଧରି କରିଛନ୍ତି ପ୍ରଚାର । ବିଜୟ ଦାସଙ୍କ ସହ ବିଜେଡି ଷ୍ଟାର ପ୍ରଚାରକ ତଥା ଅଭିନେତା ଅରିନ୍ଦମ ରାୟ ଆଜି ବିରିଡି ବ୍ଲକରେ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଗାଁ ଗାଁ ବୁଲି କରିଛନ୍ତି ରୋଡ ଶୋ । ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ରଘୁନାଥପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ଦଳୀୟ କର୍ମୀ ସମ୍ମିଳନୀରେ ବିଜୟ ଦାସଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ।

Heavy Weight Campaign For Party’s Candidate In Tirtol By Poll

ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ସହଯୋଗ କରିବା ପାଇଁ ନିର୍ବାଚନ ମୈଦାନରେ ପହଞ୍ଚିଛନ୍ତି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ପୃଥ୍ୱୀରାଜ ହରିଚନ୍ଦନ ଆଜି ମାରାଥନ ପ୍ରଚାର କରିଛନ୍ତି । ଏଥର ନିର୍ବାଚନରେ ତିର୍ତ୍ତୋଲର ମୌଳିକ ସମସ୍ୟାକୁ ପ୍ରସଙ୍ଗ କରିଛି ବିଜେପି । ଜଗତସିଂହପୁର ଜିଲ୍ଲାରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅବହେଳିତ ହେଉଥିବା ବିଜେପି କହିଛି । ଅନ୍ୟପଟେ ଜିଲ୍ଲା ବାହାରର ନେତାଙ୍କୁ ନେଇ ବିଜେଡି ପ୍ରଚାର କରୁଛି ଏହାର କୌଣସି ପ୍ରଭାବ ପଡିବନି ବୋଲି ଚିରଞ୍ଜୀବ କହିଛନ୍ତି । ସାଧାରଣ ଲୋକ ବିଜେଡି ସହ ଅଛନ୍ତି ତିର୍ତ୍ତୋଲ ବାସୀ ବିଜୟଙ୍କୁ ବିପୁଳ ଭୋଟ ଦେବେ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।

Leave a Reply