ଶ୍ରୀମନ୍ଦିର ଚାରିଦ୍ବାରରେ ପ୍ରବେଶ ଯୋଗୁ ଅସମ୍ଭାଳ ସ୍ଥିତି, ଜେଟିପି ଶ୍ରଦ୍ଧାଳୁ ମୁହାଁମୁହିଁ

ପୁରୀ: ଶ୍ରୀମନ୍ଦିରରେ ଅସମ୍ଭବ ଭିଡ଼ । ଚାରିଦ୍ବାରରେ ପ୍ରବେଶ ଯୋଗୁ ଅସମ୍ଭାଳ ସ୍ଥିତି । ସେବାୟତଙ୍କ ରାସ୍ତା ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଶ୍ରଦ୍ଧାଳୁଙ୍କ ଉଦ୍ଯମ । ବାରଣ କରିବାରୁ ଜେଟିପିଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆଜି ରଜ ସଂକ୍ରାନ୍ତି ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି ।

ସିଂହଦ୍ବାର ସମ୍ମୁଖରେ ସେବାୟତଙ୍କ ରାସ୍ତା ଦେଇ ଭକ୍ତ ମାନେ ଯିବାକୁ ଉଦ୍ଯମ କରୁଥିଲେ । ଏହି ସମୟରେ ପୋଲିସ ଓ ଜେଟିପି ବାରଣ କରିଥିଲେ । ଫଳରେ ଶ୍ରଦ୍ଧାଳୁ ଓ ସୁରକ୍ଷାକର୍ମୀଙ୍କ ମଧ୍ଯରେ ବଚସା ହୋଇଥିଲା ।ଦେଖନ୍ତୁ କିଭଳି ଶ୍ରଦ୍ଧାଳୁ ଓ ଜେଟିପିଙ୍କ ମଧ୍ଯରେ ମୁହାଁମୁହିଁ ସ୍ଥିତି ଉପୁଜିଛି । କିଛି ଶ୍ରଦ୍ଧାଳୁ ଜେଟିପିଙ୍କ ଉପରକୁ ଆକ୍ରମଣ କରିଥିବା ନେଇ ସିଂହଦ୍ବାର ଥାନାରେ ଅଭିଯୋଗ ହୋଇଛି ।

ଏବେ ବି ଚାରିଦ୍ବାରରେ ଅସମ୍ଭବ ଭିଡ଼ ଲାଗିରହିଥିବା ବେଳେ ଭିତର ବେଢାରେ ଭକ୍ତମାନେ ନାନା ଅସୁବିଧା ଭୋଗୁଥିବା ଅଭିଯୋଗ କରିଆସୁଛନ୍ତି । ଚାରିଦ୍ବାର ଦେଇ ପ୍ରବେଶ କଲେ ବି ମନ୍ଦିର ଭିତର ବେଢାରେ ଭିଡ଼ ଯୋଗୁ ମହାପ୍ରଭୁଙ୍କ ଦର୍ଶନ ସହଜ ହେଉନଥିବା ଶ୍ରଦ୍ଧାଳୁ କହିଛନ୍ତି ।