ପର୍ଯ୍ୟଟନ ଋତୁର ମଜା ନେଉଛନ୍ତି ପର୍ଯ୍ୟଟକ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦ୍ରାପଡ଼ା ଭିତରକନିକାରେ ଜମୁଛି ଭିଡ଼। ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀ ସଙ୍ଗମ ସ୍ଥଳରେ ବିଶ୍ୱର ଅନନ୍ୟ ଆକର୍ଷଣସ୍ଥଳୀ । ବଉଳା କୁମ୍ଭୀର, ହରିଣ ଓ ବାରହା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ଭିତରକନିକାକୁ ଭାରତର ମିନି ଆମାଜନ ବୋଲି କୁହାଯାଏ । ବୋଟରେ ନୌବିହାର ସମୟରେ ନଦୀ ପଠାରେ ପଡ଼ି ଖରା ଖାଉଥିବା ବଉଳା କୁମ୍ଭୀରଙ୍କୁ ଦେଖିବାର ମଜା ନିଆରା । ଏଠାରେ ବୋଟିଂ, ସ୍କାଏ ୱାକ, ମ୍ୟୁଜିୟମ, ହେନ୍ତାଳ ଜଙ୍ଗଲ ଭିତରେ ବୁଲିବାର ସୁନ୍ଦର ଅନୁଭୁତି ନେଉଛନ୍ତି ହଜାର ହଜାର ପର୍ଯ୍ୟଟକ ।
ବିଶ୍ଵ ପ୍ରସିଦ୍ଧ ଭିତରକନିକାକୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ନୈାଯାତ୍ରା ପାଇଁ ସରକାରୀ ଓ ବେସରକାରୀ ବୋଟ୍ ର ବ୍ୟବସ୍ଥା ଥିବା ବେଳେ ରାତ୍ରୀଯାପନ ପାଇଁ ବନବିଭାଗ ପକ୍ଷରୁ ଡାଙ୍ଗମାଳ ଓ ଗୁପ୍ତିରେ ରହିବାର ବ୍ୟବସ୍ଥା କରାଯାଇଛି । ସୈାନ୍ଦର୍ଯ୍ୟର ଗନ୍ତାଘର ଭିତରକନିକାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ପ୍ରତିଦିନ ଆସୁଥିବାରୁ ବନବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

