ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

1 min read

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ  । ଏହାର ପ୍ରଭାବରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ପରିମାଣ ବଢିଥିବାବେଳେ ଆଗାମୀ ୨୪ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ଆସନ୍ତା କାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି  । ଏଥିପାଇଁ ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏବଂ କଟକକୁ ସତର୍କତା ଜାରି ହୋଇଛି  । ଆସନ୍ତାକାଲି ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର  । ତେବେ ଅଗଷ୍ଟ ୨ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ  । ଏହାସହିତ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ବହିବ ପବନ  । ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି  । ଜୁଲାଇ ୨୭ ପର୍ଯ୍ୟନ୍ତ ରାଜ୍ୟରେ ୪୦୨.୧ ମିଲିମିଟର ବର୍ଷା ହୋଇଛି  । କିନ୍ତୁ ଏହି ସମୟରେ ୫୧୧ଦଶମିକ ୬ ପ୍ରତିଶତ ବର୍ଷା ହେବା କଥା  । ରାଜ୍ୟରେ ଏବେ ୧୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିଲା ବେଳେ ବାକି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି  ।

ଏଥିସହିତ ପଢ଼ନ୍ତୁ: କୃର୍ଣ୍ଣାଲ ପାଣ୍ଡ୍ୟାଙ୍କୁ କରୋନା: ସ୍ଥଗିତ ହେଲା ଦ୍ୱିତୀୟ ଟି-୨୦

Leave a Reply