ଭିଜିବ ଦଶହରା ; ରାଜ୍ୟରେ ୧ରୁ ପୁଣି ପ୍ରବଳ ବର୍ଷା

ଭୁବନେଶ୍ବର : ଆସୁଛି ଆଉଏକ ଲଘୁଚାପ । ରାଜ୍ୟରେ ୧ ରୁ ପୁଣି ପ୍ରବଳ ବର୍ଷା । ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧ ଅକ୍ଟୋବର ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏଥିପାଇଁ ୧ ରୁ ରାଜ୍ୟରେ ପ୍ରବଳ ବର୍ଷାନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ୩୦ ରେ ଘୂର୍ଣ୍ଣିବଳୟ ,୧ ରେ ଲଘୁଚାପ ଓ ୨ ରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି  ।

ସିଷ୍ଟମ ଟି ଓଡିଶା ଉପକୁଳରୁ ବହୁ ଦୂରରେ ରହୁଥିବା କାରଣରୁ ୩୦ ତାରିଖ ଓ ୧ ତାରିଖ ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିପାରେ । କିଛି କିଛି ସ୍ଥାନ ମାନଙ୍କରେ ବର୍ଷା ହୋଇପାରେ । ତେବେ ୨ ତାରିଖ ଦିନ ସିଷ୍ଟମଟି ଓଡିଶା ଉପକୂଳ ନିକଟତର ହେବ । ଯାହାର ପ୍ରଭାବରେ ୨ ତାରିଖ ବେଳକୁ ରାଜ୍ୟର ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବାଲେଶ୍ଵର ଜିଲ୍ଲାକୁ ଛାଡି ବାକି ଅନ୍ୟ ଜିଲ୍ଲା ମାନଙ୍କରେ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ  ।