ରାଜ୍ୟରେ ଲଘୁଚାପ ପ୍ରଭାବରେ ୨ ଦିନ ଧରି ଲାଗି ରହିବ ପ୍ରବଳ ବର୍ଷା !

ଭୁବନେଶ୍ୱର: ଲଘୁଚାପ ବର୍ଷା ରାଜ୍ୟରେ ତାଣ୍ଡବ କରୁଥିବା ବେଳେ, ଚଳିତ ମାସ ୧୯ ତାରିଖରେ ଆସୁଛି ଆଉ ଏକ ଲଘୁଚାପ । କେନ୍ଦ୍ରୀୟ ବଙ୍ଗପୋସାଗରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ଯୋଗୁଁ ୧୯ ରୁ ୨୧ ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

Rain Forecast Yellow Alert Issued To Nine Districts

୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଗଞ୍ଜାମ ଓ ଗଜପତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା ଓ ପୁରୀ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ୨୦ ରୁ ୨୧ ତାରିଖ ସକାଳ ଯାଏଁ କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତିରେ ବର୍ଷା ହୋଇପାରେ। ଏନେଇ ଜଳ ସମ୍ପଦ ବିଭାଗ ଓ ମତ୍ସ୍ୟସମ୍ପଦ ବିଭାଗ ଓ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରିଛି କେନ୍ଦ୍ର।

Leave a Reply