ପୁଣି ପାଣି ଘେରରେ IT ସିଟି, ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି

ବେଙ୍ଗାଲୁରୁ: ପୁଣି ପାଣି ଘେରରେ ଆଇଟି ସିଟି । ପ୍ରବଳ ବର୍ଷା ଯୋଗୁଁ ପୂର୍ବ, ଦକ୍ଷିଣ ଓ କେନ୍ଦ୍ର ବେଙ୍ଗାଲୁରୁରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ତଳି ଅଞ୍ଚଳରେ ପାଣି ଜମିଛି । ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟତରେ ସମସ୍ୟା ହେଉଛି । ସେହିପରି ସହରର ବିଭିନ୍ନ ଆପାର୍ଟମେଣ୍ଟର ବେସମେଣ୍ଟରେ ମଧ୍ୟ ପାଣି ଜମିଛି । ମାଜେଷ୍ଟିକ ଅଞ୍ଚଳରେ କାନ୍ଥ ଭୁଶୁଡ଼ି ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।

ଗତକାଲି ସାରା ରାତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିଥିବା ବେଳେ କେତେକ ସ୍ଥାନରେ ଗାଡ଼ି ଭାଙ୍ଗିଯାଇଛି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି । ଗତ ମାସ ଲଗାଣ ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଥିଲା ।