୪ ଜିଲ୍ଲାକୁ ୟେଲୋ ଆଲର୍ଟ, ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା
ନନ୍ଦିଘୋଷ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଲାଗିରହିଛି ବର୍ଷା । କୋହଲା ପାଗ ସାଙ୍ଗକୁ ସାରା ରାଜ୍ଯରେ ଲାଗିରହିଛି ଝିପିଝିପି ବର୍ଷା । ଫଳରେ ଜନଜୀବନ ଅସ୍ତବ୍ଯସ୍ତ ହୋଇପଡିଛି । ଧାନ ଅମଳ ସମୟରେ ଅଦିନିଆ ବର୍ଷାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି । ଭଦ୍ରକରେ ଅନେକ ସ୍ଥାନରେ କ୍ଷେତରେ ପାଣି ଜମିବାରୁ ଧାନ ଭିଜିବା ଆରମ୍ଭ କରିଦେଇଛି । ଆସିକାରେ ବର୍ଷା ଜାରି ରହିଥିବା ବେଳେ ହେକ୍ଟର ହେକ୍ଟର ବିଲରେ କଟା ହୋଇ ପଡିଥିବା ଧାନ ଏବେ ନଷ୍ଟ ହେବାକୁ ବସିଲାଣି । ସେହିପରି ଜଗତସିଂହପୁର ଜିଲ୍ଲାରେ ନିଜର କଷ୍ଟ ଉପାର୍ଜିତ ଧାନକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି ଚାଷୀ । ଧାନ କଞ୍ଚା ଥିଲେ ମଧ୍ଯ କାଟି ନେଇ ଖଳାକୁ ନେଇଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପୋଲସରା ଓ ରାଜନଗରରେ ମଧ୍ୟ ଚାଷୀ ମାନେ ଧାନକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।