ପୁରୀକୁ ରେଡ୍ ଓ୍ୱାର୍ଣ୍ଣିଂ: ବଡ଼ଦାଣ୍ଡରେ ଲହଡ଼ି ମାରୁଛି ପାଣି

1 min read

ବଙ୍ଗୋପସାଗରରେ ଥିବା ଓ୍ୱେଲମାର୍କ ଲୋ ପ୍ରେସର ପ୍ରଭାବରେ ପୁରୀରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଜଳ ନିଷ୍କାସନ ହୋଇପାରୁନଥିବାରୁ ସହରର ପ୍ରମୁଖ ସ୍ଥାନ ବଡଦାଣ୍ଡ ଓ ବେଳାଭୂମିରେ ନାଳ ମିଶା ପାଣି ଲହଡ଼ି ମାରୁଛି । ଅପରପକ୍ଷରେ ଆଜି ୧୫୦ ମିଲିମିଟର ଯାଏଁ ବର୍ଷା ହେବା ଆଶଙ୍କା ଥିବାବେଳେ ପୁରୀକୁ ରେର୍ଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତକାଲି ଠାରୁ ପୁରୀ ସହରରେ ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି | ତୁହାକୁ ତୁହା ବର୍ଷାରେ ପୁରୀ ସହର ସମେତ ତଳି ଅଞ୍ଚଳରେ ବର୍ଷା ପାଣି ଜମି ରହିଛି | ବର୍ଷା ଯୋଗୁଁ ବଡଦାଣ୍ଡରେ ଅର୍ଦ୍ଧାଧିକ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ପର୍ଯ୍ୟଟକ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ବର୍ଷାକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ଆସିବା କ୍ଷେତ୍ରରେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କାକୁ ଆଖିଆଗରେ ରଖି ଛୁଟି ଘୋଷଣା କରାଯାଇଛି।  ବର୍ଷା ଯୋଗୁଁ ବ୍ୟବସାୟିକ ପ୍ରତିଷ୍ଠାନରେ ବେପାର ନହେବା ସହ ପରିବହନ ବ୍ୟବସାୟ ମଧ୍ୟ ଠପ ହୋଇଯାଇଛି |  ଯଦି ଏଭଳି ବର୍ଷା ଲାଗିରହେ ଦୀପାବଳି ଫିକା ପଡ଼ିବାର ଆଶଙ୍କା କରାଯାଉଛି ।

')}

Leave a Reply