ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଲା କାଳବୈଶାଖୀ
1 min read
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଆଜି କାଳବୈଶାଖୀ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ଵରରେ ଲଗାଣ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ଧରଣର ବର୍ଷା ଜାରି ରହିଛି । ସେପଟେ ନୀଳଗିରିରେ ବିଜୁଳି ଘଡ଼ଘଡ଼ିରେ ଜଳିଲା କୁଳଢ଼ିଆ ଅଭୟାରଣ୍ୟର ଦେବଗିରି ପାହାଡ଼ । ଏହା ସହିତ ମୂଲ୍ୟବାନ ଗଛପତ୍ର ମଧ୍ୟ ଜଳିଯାଇଛି । ବର୍ଷା ସାଙ୍ଗକୁ ଅଞ୍ଚଳରେ ବଢ଼ିଚାଲିଛି ପବନ, ବିଜୁଳି ଘଡ଼ଘଡିର ପ୍ରକୋପରେ ବ୍ୟାପି ଚାଲିଛି ନିଆଁ । ଏହା ସହିତ କରଞ୍ଜିଆ ଏବଂ ଆଖ ପାଖ ଅଞ୍ଚଳରେ କାଳ ବୈଶାଖୀ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । କରଞ୍ଜିଆ ସମେତ ରରୁଆଁ, ଶୁକୃଳି ଅଞ୍ଚଳରେ ପ୍ରବଳ ଚ୍ଛେଚିଲା ବର୍ଷା ଗ୍ରୀଷ୍ମ ପ୍ରବାହରୁ ଅଞ୍ଚଳବାସୀଙ୍କୁ ଅlଶ୍ଵସ୍ଥି ମିଳିଛି l ଗଞ୍ଜାମର ଦିଗପହଣ୍ଡିରେ ଲଗାଣ ବର୍ଷାଜାରି ରହିଛି । ପ୍ରବଳ ବର୍ଷା ପବନ ଯୋଗୁଁ ମୁଖ୍ୟ ଉପରେ ଗଛ ଉପୁଡ଼ି ପଡ଼ିଥିଲା । ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁଖ୍ୟ ରାସ୍ତାରୁ ରୋଡ଼ ପାର୍ଶ୍ଵକୁ ପଶିଯାଇଛି । ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଏବଂ କୁଆପଥର ମାଡ଼ ସହିତ ଗଛ ପଡ଼ି ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ ଗାଡି । ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ଗଛ ହଟାଇବାକୁ ଉଦ୍ୟମ କରୁଛନ୍ତି । କଟର ମେସିନ ସାହାଯ୍ୟରେ ଗଛ କାଟି ହଟାଇବାକୁ ଉଦ୍ୟମ କରୁଛନ୍ତି ।