ଗୁଜୁରାଟ ମଡେଲର ବିକଳ ଚିତ୍ର: ପାଣି ଭିତରେ ଲୋକେ ଜୀବନ ବଞ୍ଚିବାକୁ ଚେଷ୍ଟା କରିଛନ୍ତି

ଗାନ୍ଧୀନଗର: କେବଳ ଓଡ଼ିଶା ନୁହେଁ । ବର୍ଷାରେ ବୁଡ଼ିଲା ଗୁଜୁରାଟର ବଡ଼ ବଡ଼ ସହର । ଆଜି ଯେତେବେଳେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଉଥିଲେ । ସେହି ସମୟରେ ସାମ୍ନାକୁ ଆସୁଥିଲା ଗୁଜୁରାଟ ମଡେଲର ଅସଲ ଚିତ୍ର । ବର୍ଷା ପାଣି ହିଁ ପ୍ରମାଣିତ କରୁଥିଲା କେତେ ବିକାଶ ହୋଇଛି ବିଜେପି ଶାସିତ ଗୁଜୁରାଟରେ । ଯୁଆଡ଼େ ଦେଖିବେ କେବଳ ପାଣି ଆଉ ପାଣି । କେଉଁଠି ପାଣି ଲହରି ଭାଙ୍ଗୁଛି, ତ ଆଉ କେଉଁଠି ମନ୍ଦିର, ଘର ଓ ଗାଡି ବୁଡ଼ି ଗଲାଣି । ଅଥଳ ପାଣି ଦେଖି ଲୋକେ ଛାନିଆ ।  ସ୍ଥିତି ଏଭଳି ହୋଇଛି ପାଣି ଭିତରେ ଲୋକ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । କାହାର ଗାଡ଼ି ଭାସି ଯାଉଛି, ତ ଆଉ କାହାର ଆସବାପତ୍ର ।

ପରିସ୍ଥିତି ଏଭଳି ହୋଇଛି ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଲୋକମାନଙ୍କୁ ଉଦ୍ଧାର କରିଛନ୍ତି । କିଛି ଲୋକଙ୍କୁ ମଧ୍ୟ ଏୟାରଲିଫ୍ଟ କରାଯାଇଛି । ସହର ଭିତରେ ଫସି ରହିଛି ବଡ ବଡ ବସ୍ । ଲୋକେ ଯା ଆସ କରିବା ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ପ୍ରବଳ ବର୍ଷା ଫଳରେ ତିନି ଜଣକ ମୃତ୍ୟୁ ମଧ୍ୟ ହୋଇଛି । ଅନେକ ଲୋକ ଏବେ ବି ଜଳବନ୍ଦିରେ ଥିବାବେଳେ ସେମାନଙ୍କ ସମସ୍ୟା ବଢିବାରେ ଲାଗିଛି । ସେହିଭଳି ବର୍ଷା କାରଣରୁ ଅନେକଙ୍କ ବହୁ ମୂଲ୍ୟ ଧନଜୀବନ ମଧ୍ୟ ନଷ୍ଟ ହୋଇଯାଇଛି । ଗୁଜରାଟ ମଡେଲର ଏ ହେଉଛି ଆଜିର ଚିତ୍ର । ସ୍ମାର୍ଟ ସିଟି ରାଜକୋଟ, ଜାମଗନରର ଏ ଦୃଶ୍ୟ ଆପଣଙ୍କୁ ଚିନ୍ତାରେ ପକାଇବ । ଆପଣଙ୍କୁ ଗୁଜରାଟ ମଡେଲ ସତ କଣ ଭାବିବା ପାଇଁ ଅନେକ ଥର ବାଧ୍ୟ କରିବ । ବିଜେପି ଚାରିଆଡେ ଗୁଜରାଟ ମଡେଲ କହି ଡିଣ୍ଡିମ ପିଟୁଥିବାବେଳେ ଏ ଦୃଶ୍ୟ ହିଁ ବୟାନ କରୁଛି ବିକାଶର ଅସଲ ଚିତ୍ର କଣ ଅଟେ । ଯଦି ରାଜକୋଟ ଓ ଜାମନଗର ଭଳି ସହରର ପରିସ୍ଥିତି ଏଭଳି ତେବେ ତଳି ଅଞ୍ଚଳ ଓ ଛୋଟ ଛୋଟ ସହରରେ ସ୍ଥିତି କିଭଳି ଥିବ ଏଥିରୁ ଆପଣ ଅନୁମାନ କରିପାରୁଥିବେ ।

ଏଥିସହିତ ପଢ଼ନ୍ତୁ: ‘୨୧ବର୍ଷର ଶାସନରେ ୪ବର୍ଷ ବିଏମ୍‌ସି କମିଶନର ଥିଲେ ଅପରାଜିତା’

Leave a Reply