ପ୍ରବଳ ବର୍ଷାରେ ଭିଜିଲା ବୁଡିଲା ଭୁବନେଶ୍ବର

1 min read

ଭୁବନେଶ୍ବର: ପ୍ରବଳ ବର୍ଷାରେ ଭିଜିଲା ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଛି ପ୍ରବଳ ବର୍ଷା । ଚାରିଆଡେ ଜଳବନ୍ଦୀ ସ୍ଥିତି । ପ୍ରବଳ ବର୍ଷାରେ ବୁଡ଼ିଲା ରାଜଧାନୀ ଭୁବନେଶ୍ବର । ଇସ୍କନ ସମେତ ସହରର ପ୍ରମୁଖ ସ୍ଥାନରେ ଲହଡି ମାରୁଛି ବର୍ଷା ପାଣି । ବର୍ଷାରେ ବୁଡିଲା କାର ଓ ମୋଟର ସାଇକେଲ । ବର୍ଷାରେ ଚାରି ଆଡେ ଜମିଛି ପାଣି ।

ବର୍ଷା ସାଙ୍ଗକୁ ପାଣି ଜମି ରହିବାରୁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଆଜିଠୁ ୧୦ ତାରିଖ ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ୮ ଓ ୯ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୟୁନିଟ୍ -୮ ଡିଏଭି ସ୍କୁଲ ସାମ୍ନା ରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହଠାତ୍ ବର୍ଷା ଯୋଗୁ ପାଣି ଜମି ରହି ଯାତାୟତରେ ସମସ୍ୟା ଉପୁଜିଛି ।

ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ କଚ୍ଚା ରାସ୍ତା ଏବଂ କଚ୍ଚା ଘର ପ୍ରଭାବିତ ହେବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି ।