ଫଗୁଣରେ ଶ୍ରାବଣର ମୂଷଳ ଧାର, ବର୍ଷିଲା – ଭସାଇଲା

1 min read

ଭୁବନେଶ୍ୱର:  ଅପରାହ୍ନରେ ଅନ୍ଧାର ହୋଇଗଲା ରାଜଧାନୀ ଭୁବନେଶ୍ବର । ଅଦିନିଆ ବର୍ଷାରେ ଦିଶିଲାନି ରାସ୍ତାଘାଟ । ପଶ୍ଚିମା ଝଡ ପ୍ରଭାବରେ ଟୁଇନ୍ ସିଟରେ ପ୍ରବଳ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ବର ସମେତ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହୋଇଛି । ପଶ୍ଚିମା ଝଡ ସହ ଜଡିତ ମେଘ ଖଣ୍ଡ ପଶ୍ଚିମରୁ ପୂର୍ବକୁ ଗତି କରିବା ସହ ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି-ଘଡଘଡି ସହ ବର୍ଷା ହୋଇଛି ।

ଉପକୂଳ ଓଡିଶାର ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି । ଆସନ୍ତା ୨୪ ତାରିଖରେ ପୁଣି ଆଉ ଏକ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା ।

୩ ଦିନ ପରେ ପୁଣି ପଶ୍ଚିମା ଝଡ ପ୍ରଭାବ ଥିବାରୁ ସ୍ଵାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଘଟିବ। ତେବେ ଚଳିତ ବର୍ଷ ପିଛା ଛାଡୁନି ପଶ୍ଚିମା ଝଡ। ଜାନୁଆରୀ ମାସରେ ସ୍ବାଭାବିକ ଠାରୁ ୨୬୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଚଳିତ ମାସରେ ମଧ୍ୟ ରେକର୍ଡ ବର୍ଷା ହୋଇଛି ।

Leave a Reply