spot_img

Latest Posts

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ଛତିଶଗଡ଼ ଓ ଏହାର ପାର୍ଶ୍ଵବର୍ତୀ ଅଞ୍ଚଳରେ 7.6 କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି। ଏହାସହିତ ଏକ ନିମ୍ନଚାପ ରେଖା ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ରହିଛି। ଫଳରେ ଏହି ଦୁଇ ପ୍ରକାରର ସ୍ଥିତି ଯୋଗୁଁ ଆସନ୍ତା 24ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ତଥା ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ପ୍ରବଳ ବର୍ଷିବା ନେଇ ଅନୁମାନ କରାଯାଉଛି। ତେବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ବିସ୍ତୃତି ଓ ପରିମାଣ ହ୍ରାସ ପାଇବ।

ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ବର୍ଷା କମିବ। ଲଘୁଚାପ କ୍ଷେତ୍ର ସୃଷ୍ଟି ସହ ମୌସୁମୀ ବାୟୁ ଚଳନ ସୁଗମ ହୋଇଛି। ଗତ ୨ଦିନରେ ଯଥେଷ୍ଟ ବର୍ଷା ରେକର୍ଡ ହୋଇଥିବା ବେଳେ ଆଜି ମଧ୍ୟ ସମୁଦ୍ର ଅଶାନ୍ତ ରହିବ।

ଅଧିକ ବର୍ଷା କୃଷି ପାଇଁ ଉପଯୋଗୀ ହୋଇଥିଲେ ହେଁ ଖାଲୁଆ ଅଞ୍ଚଳରେ ଜଳ ନିଷ୍କାସନ ନହୋଇ ପନିପରିବା ନଷ୍ଟ ହେବାର ଆଶଙ୍କା କରାଯାଇ ପୂର୍ବରୁ ସତର୍କ ଦିଆଯାଇଥିଲା। ତେବେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଖରିଫ ଫସଲ ପାଇଁ ପାଣିପାଗ ଅନୁକୂଳ ରହିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

Latest Posts

Don't Miss