ଅସ୍ତବ୍ୟସ୍ତ କରୁଛି ଥଣ୍ଡା ସହ ଘନ କୁହୁଡ଼ି, କନ୍ଧମାଳରେ ଘରୁ ବାହାରିବା କଷ୍ଟ

ଭୁବନେଶ୍ୱର: ସାରା ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି ଥଣ୍ଡା ସହ ଘନ କୁହୁଡ଼ି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବ । ଗତ ୨୪ ଘଣ୍ଟାରେ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଦିନର ତାପମାତ୍ରା ବୃଦ୍ଧି ହେଲେ ମଧ୍ୟ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ କମିବ ।

ବିଶେଷକରି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ, ସୋନପୁର, କୋରାପୁଟ ଏବଂ ନବରଙ୍ଗପୁରରେ ସାମାନ୍ୟରୁ ମଧ୍ୟମଧରଣର କୁହୁଡ଼ି ଦେଖାଦେବ । ବୌଦ୍ଧ ଏବଂ ରାୟଗଡ଼ାରେ ଘନ କୁହୁଡ଼ି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଦୁଇ ଜିଲ୍ଲାରେ ଦୃଶ୍ୟମାନ ୨୦୦ ମିଟରରୁ କମ୍‌ ରହିବ । ଆଗାମୀ ୨୪ ଘଣ୍ଟାରେ କଳାହାଣ୍ଡି, କନ୍ଧମାଳା, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନାଳ ଓ ନୟାଗଡ଼ରେ ଘନ କୁହୁଡ଼ି ଦେଖାଦେବ ।

ସେପଟେ କନ୍ଧମାଳରେ ଜାରି ରହିଛି ଶୀତ ଲହରି । ପାରା କମୁଛି ଶୀତ ବଢୁଛି । ବିଶେଷ କରି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ତୁମୁଡ଼ିବନ୍ଧ, କୋଟଗଡ, ବେଳାଘର, ଦାରିଙ୍ଗବାଡ଼ିରେ ଶୀତର ପ୍ରକୋପ ଅଧିକ ରହିଛି । ସକାଳୁ ସକାଳୁ ଘରୁ ବାହାରିବା କଷ୍ଟ ହୋଇପଡିଛି । ଥଣ୍ଡା ଯୋଗୁଁ ଗ୍ରାମାଞ୍ଚଳ ମାନଙ୍କରେ ଲୋକେ ବହୁ ଦହଗଞ୍ଜ ହେଉଛନ୍ତି ।

Leave a Reply