ଧନୁ ସଂକ୍ରାନ୍ତି: ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼

ଭୁବନେଶ୍ବର: ଧନୁ ସଂକ୍ରାନ୍ତି ଅବସରରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଆଜିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ବାବାଙ୍କ ନିକଟରେ ଚାଲିବ ପହିଲି ଭୋଗ ନୀତି । ବଳକା ୧୧ ମାସ ସୁଖିଲି ଭୋଗ ଭାବେ କୋରାଖଇ ପୂଜା ହେଉଥିବାବେଳେ ପୌଷ ମାସରୁ ମାଘମାସ ପର୍ଯ୍ୟନ୍ତ ଧନୁମୁହାଁ ଭୋଗ ହୁଏ ।

ପୌଷ ମାସରୁ ମାଘ ମାସ ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତ ହୁଏ । ଏଥିପାଇଁ ଧନୁମୁଆଁକୁ ପ୍ରଭୁଙ୍କ ପାଖରେ ଭୋଗ କରାଯାଏ । ଏହି ମାସରେ ଘରର ମାଆମାନେ ନିଜ ନିଜ ଘରକୁ ବୁଲିବାକୁ ଯାଇଥାନ୍ତି । ଏଣୁ ସକାଳୁ ସକାଳୁ ଘରକୁ ଯିବା ପୂର୍ବରୁ ସମସ୍ତଙ୍କ ପାଇଁ ଖାଇବା ପ୍ରସ୍ତୁତ କରି ଯାଆନ୍ତି । ଏଥିପାଇଁ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ସକାଳେ ଖେଚୁଡ଼ି ଭୋଗ ମଧ୍ୟ ହୋଇଥାଏ ବୋଲି କହିଛନ୍ତି ସେବାୟତ ।