ଆସନ୍ତା ୪ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର, ୪୦ ଡିଗ୍ରୀ ଛୁଇଁପାରେ ପାରଦ

ଭୁବନେଶ୍ୱର: ତତଲା ତାଓ୍ବାରେ ଭାଜି ହେଉଛି ଓଡ଼ିଶା । ଆଗାମୀ ୪ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାକୁ ଖରାରୁ ନାହିଁ ନିସ୍ତାର । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ବଢିବ ତାପମାତ୍ରା । ଅଧିକାଂଶ ସ୍ଥାନରେ ୩୭ ରୁ ୪୦ ଡିଗ୍ରୀ ଛୁଇଁପାରେ ପାରଦ । ଗତକାଲି ୩୭ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ୧୬ସହରର ତାପମାତ୍ରା।
ସେହିପରି ୩୮ ଡିଗ୍ରୀ ଉପରେ ରହିଥିଲା ୫ ସହରର ପାରା । ୩୮. ୮ ଡିଗ୍ରୀ ସହିତ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିବାବେଳେ ରାଜଧାନୀ ଭୁବନେଶ୍ବରରେ ରେକର୍ଡ ହୋଇଥିଲା ୩୮.୪ ଡିଗ୍ରୀ ତାପମାତ୍ରା । ସେପଟେ ପଶ୍ଚିମା ଝଡ ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାକୁ ମିଳିବ ତ୍ରାହି ।
କାଲିଠୁ ୯ତାରିଖ ପର୍ଯ୍ୟନ୍ତ ଆକାଶ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। କାଲି ୭ଟି ଜିଲ୍ଲା ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜରେ ବର୍ଷା ସମ୍ଭାବନା ରହିଛି। ସେହିପରି ୮ ତାରିଖରେ ୧୪ ଜିଲ୍ଲା ଏବଂ ୯ ତାରିଖରେ ୭ ଜିଲ୍ଲାକୁ କାଳବୈଶାଖି ସତର୍କତା ଜାରି କରାଯାଇଛି।