ବଢିଲା ତାତି, ଅସହ୍ୟ ହେଲା ଗରମ

ଭୁବନେଶ୍ବର ; ବଢିଲା ତାତି, ଅସହ୍ୟ ହେଲା ଗରମ । ବଢ଼ିବାରେ ଲାଗିଛି ବହୁ ସହରର ତାପମାତ୍ରା। ଗତକାଲି ୪୧ ଡିଗ୍ରୀ ଉପରେ ତିନି ସହରର ତାପମାତ୍ରା ରେକର୍ଡ ହୋଇଥିଲା । ୪୨ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ସମ୍ବଲପୁର । ସେହିଭଳି ୪୧.୭ ଡ଼ିଗ୍ରୀ ସହ ଦ୍ବିତୀୟରେ ରହିଥିଲା ହୀରାକୁଦ। ଝାରସୁଗୁଡା ୪୧.୬ ଡ଼ିଗ୍ରୀ ପାରଦ ରେକର୍ଡ ହୋଇଥିଲା। ଭୁବନେଶ୍ବରର ତାପମାତ୍ରା ବି ବଢିବାରେ ଲାଗିଛି। ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଗଜପତି, ଗଂଜାମ , ନୟାଗଡ ,ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି କରାଯାଇଛି । ଆଜି ଠାରୁ ବିଭିନ୍ନ ଜାଗାରେ ଧିରେ ଧିରେ ତାପମାତ୍ରା କମିବ ବୋଲି କହିଛି ପାଣିପାଗ କେନ୍ଦ୍ର । ୨ କି ୩ ଦିନ ପରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ଦକ୍ଷିଣ ଓଡ଼ିଶାରେ ୨,୩ ଓ ୪ ତାରିଖରେ ହାଲକା ବର୍ଷାର ସମ୍ଭାବନା ରହିଛି ।