ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭାରେ ସରଗରମ ଆଲୋଚନା

ଭୁବନେଶ୍ୱର: କୌଣସି ସ୍କୁଲକୁ ବନ୍ଦ କରାଯାଇନାହିଁ । କେବଳ ମିଶ୍ରଣ କରାଯାଇଛି। ବିଧାନସଭାରେ ଏହି ବିବୃତି ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସ୍କୁଲ ବନ୍ଦ ପ୍ରସଙ୍ଗରେ ଗତକାଲି ବିଧାନସଭାରେ ଅଚଳାବସ୍ଥା ପରେ ଆଜି ଏ ସଂପର୍କରେ ଆଲୋଚନା ଚାଲିଛି  ।  ପ୍ରାଥମିକ ଶିକ୍ଷାର ଏକତ୍ରୀକରଣ, ସୁବ୍ୟବସ୍ଥିତ ନୀତି ଓ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଉପରେ ଚାଲିଛି ଦୀର୍ଘ ଆଲୋଚନା । ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହିଁ ଆଲୋଚନା ପାଇଁ ପ୍ରସ୍ତାବ ଆଗତ କରିଥିଲେ ।

ପ୍ରମିଳା କହିଥିଲେ ଯେ, କେତେକ ସ୍କୁଲରେ 8ଟି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ଜଣ ଶିକ୍ଷକ ଅଛନ୍ତି । ଯଦି ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ବଢିବ, ତେବେ ସେ ସ୍କୁଲ ଚାଲିପାରିବ।  ଯଦି କାହାର କିଛି ଅଭିଯୋଗ ଅଛି, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପାଖରେ ସେ ଅଭିଯୋଗ କରିପାରିବେ । ସେଠି ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା କହିଛନ୍ତି । ସେପଟେ ସାଢ଼େ 11ହଜାର ସ୍କୁଲ ବନ୍ଦ ନିଷ୍ପତ୍ତି ଆତ୍ମଘାତୀ ହେବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ବର୍ଷକୁ ପ୍ରାୟ 11ଲକ୍ଷ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି। କିନ୍ତୁ ମାଟ୍ରିକ ବେଳକୁ 6ଲକ୍ଷ ରହୁଛନ୍ତି । 5 ଲକ୍ଷ  ଛାତ୍ରଛାତ୍ରୀ ପାଠ ଛାଡ଼ୁଛନ୍ତି । କାହିଁକି ଏଭଳି ହେଉଛି ବୋଲି ବିଷ୍ଣୁ ସେଠୀ ପ୍ରଶ୍ନ କରିଛନ୍ତି । ଯଦି ଏ ନିଷ୍ପତ୍ତିର ପୁନଃ ବିଚାର ନ ହୁଏ, ଆମେ ବାଚସ୍ପତିଙ୍କ ପୋଡିୟମ ତଳେ ବସିବୁ ବୋଲି କହିଛନ୍ତି ବିଷ୍ଣୁ । କୋରାପୁଟରେ 8ଶହ ସ୍କୁଲ ବନ୍ଦ ହେବାର ଆଶଙ୍କା ରହିଛି। ଆଲୋଚନା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉତ୍ତର ରଖିବେ ।

State Govt. Likely Reopen Schools After Puja Vacation

 

ସେପଟେ ସ୍କୁଲ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦିଲେ ବିଜେଡି ବିଧାୟକ ପ୍ରତାପ ଦେବ । ଏ ଉଦ୍ଭଟ ଚିନ୍ତାଧାରା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି । 2017ରୁ ନୀତି ଆୟୋଗ ମିଶ୍ରଣ ପାଇଁ କହିଛି । ନୀତି ଆୟୋଗ ବାରମ୍ବାର ରାଜ୍ୟ ସରକାରଙ୍କୁ କହିଛନ୍ତି। ନୂତନ ଶିକ୍ଷାନୀତିରେ ଏ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ସ୍କୁଲ ମିଶ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ କମିଟି କରିଛନ୍ତି। ଅଭିଯୋଗ କଲେ ସମାଧାନର ରାସ୍ତା ବାହାର କରାଯାଉଛି। ବାଟରେ ଚାଲି ନ ଜାଣି ବାଟର ଦୋଷ ଦେଲା ଭଳି ବିରୋଧୀ ଵ୍ୟଵହାର କରୁଛନ୍ତି। ଉଦ୍ଦେଶ୍ୟ ମୂଳକ ଭାବେ କୌଣସି ସ୍କୁଲକୁ ବନ୍ଦ କରାଯାଉନାହିଁ।

Leave a Reply