ତାତିରୁ ନାହିଁ ନିସ୍ତାର, ରାଜ୍ୟରେ ଆହୁରି ବଢିବ ତାପମାତ୍ରା

ଭୁବନେଶ୍ୱର: ଆକାଶରୁ ବର୍ଷୁଛି ନିଆଁ। ସକାଳ ହେଲେ କଲବଲ କରୁଛି ଖରା । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଗାଁଠୁ ରାଜଧାନୀ ସବୁଠି ଅସମ୍ଭାଳ ଖରା ସାଙ୍ଗକୁ ଅସହ୍ୟ ଗୁଳିଗୁଳି । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ଏବେ ୪୦ଡିଗ୍ରୀ ଉପରେ  । ଭୁବନେଶ୍ବରରେ ମଧ୍ୟ ଲଗାତାର ୪୦ଡିଗ୍ରୀ ପାର କରୁଛି ପାରଦ  । ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଏପରିକି ସୋନପୁର ପରେ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର ।

Heat Wave Condition Continued, Thunderstorm Rain Warning

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୨୮ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ନେଇ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସୋନପୁରୁ, ବୌଦ୍ଧ ଓ ବଲାଙ୍ଗୀର ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷରେ ୮ ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ରହିଥିବା ବେଳେ ତାତିରେ କଲବଲ ହେଉଛି ସାରା ରାଜ୍ୟ ।

Thunderstorm with lightning Alert To 14 District Of Odisha

ସେହିପରି ଆସନ୍ତାକାଲି ପାଇଁ ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜ, ଓ କଳାହାଣ୍ଡି ଏବଂ ୨୭, ୨୮ ତାରିଖରେ ୫ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଦିନ ୧୧ଟାରୁ ୩ଟା ଯାଏଁ ଲୋକଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ଗ୍ରୀଷ୍ମ ପ୍ରବାହ ସମୟରେ ଖରାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।

Bhubaneswar tops In day's highest Maximum temperature over India