ହିଟୱେଭ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ମାଷ୍ଟର ପ୍ଲାନ୍
ଭୁବନେଶ୍ୱର: ଆଗକୁ ଆସୁଛି ଖରା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ସେପଟେ ଆଗୁଆ ପ୍ରସ୍ତୁତ ହେଉଛି ସ୍ୱାସ୍ଥ୍ୟ ବିଭାଗ । ହିଟଓ୍ବେଭ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗର ମାଷ୍ଟର ପ୍ଲାନ । ଟାଣ ଖରାରେ ଘର ବାହାରକୁ ନ ଯିବାକୁ ପରାମର୍ଶ ଦିଆଗଲା । ଗୁରୁତବପୂର୍ଣ୍ଣ କାମ ନଥିଲେ, ପିଲା କି ବୟସ୍କମାନଙ୍କୁ ଦିନ ୧୧ରୁ ୩ ଭିତରେ ପଦାକୁ ନ ଯିବାକୁ ବି ପରାମର୍ଶ ଦିଆଯାଇଛି ।
ରାଜ୍ୟବାସୀଙ୍କୁ ସତର୍କ ସୂଚନା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ବାହାରକୁ ଗଲେ ଛତା, ଚଷମା ଓ ପାଣି ନେଇକି ଯିବାକୁ ପରାମର୍ଶ ଦିଆଯାଇଛି । ଅଂଶୁଘାତରେ ଯେପରି କୌଣସି ଜୀବନ ନ ଯାଏ, ସେଥିପ୍ରତି ବେଶ ପ୍ରଯତ୍ନ ରହିଛି ବିଭାଗ । ଖରାକୁ ଆଖି ଆଗରେ ରଖି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି । କିଭଳି ଖରାରରେ କୌଣସି ପ୍ରାଣହାନି ନଘଟିବ ତାହାକୁ ଦୃଷ୍ଟିରେ ରଖିଛି ସ୍ୱାସ୍ଥ୍ୟ ବିଭାଗ । ଯାହାକୁ ନେଇ ଜାରି କରାଯାଇଛି ନିର୍ଦ୍ଦେଶାବଳୀ ।