ଓଡ଼ିଶାବାସୀ ସାବଧାନ! ଥଣ୍ଡା ହଜିଯିବ, ତତଲା ଡହରେ ସିଝିବେ, ଜଳିବେ, ମରିବେ

1 min read
ଜଳନ୍ତା ପିଣ୍ଡରେ ପରିଣତ ହେବ ଓଡ଼ିଶା । କେବଳ ଗ୍ରୀଷ୍ମରେ ନୁହେଁ ବର୍ଷ ସାରା ତତଲା କଡେଇରେ ଭାଜି ହେବେ ଲୋକେ । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବ ଜନଜୀବନ,  ୩୦ ଗୁଣ ବୃଦ୍ଧି ପାଇବ ତାତି ।.......

୨୧୦୦ ମସିହା ବେଳକୁ ଓଡିଶାରେ ହେବ ସାଂଘାତିକ ସ୍ଥିତି । ଗରମରେ ଆଉଟୁ ପାଉଟୁ ହୋଇ ବର୍ଷକୁ ମରିଯିବେ ୪୨ ହଜାର । କେବଳ ମଣିଷଙ୍କ ପାଇଁ ବିପଦ ତାହା ନୁହେଁ, ଜୀବଜଗତ ବି କଲବଲ ହେବ । ଏଭଳି ଆକଳନ କରିଛି ଟାଟା ସେଣ୍ଟର ଫର ଡେଭଲପମେଣ୍ଟ ।

ଭୁବନେଶ୍ୱରରେ ଏକ କର୍ମଶାଳାରେ ଗବେଷଣା ରିପୋର୍ଟ ପ୍ରକାଶ କରିବା ବେଳେ ଏହି ତଥ୍ୟ ନେଇ ଉଭୟ ସରକାରୀ କର୍ମଚାରୀ ଏବଂ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଜଳନ୍ତା ପିଣ୍ଡରେ ପରିଣତ ହେବ ଓଡ଼ିଶା । କେବଳ ଗ୍ରୀଷ୍ମରେ ନୁହେଁ ବର୍ଷ ସାରା ତତଲା କଡେଇରେ ଭାଜି ହେବେ ଲୋକେ । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବ ଜନଜୀବନ,  ୩୦ ଗୁଣ ବୃଦ୍ଧି ପାଇବ ତାତି । କ୍ଳାଇମାଟ୍  ଇମ୍ପାକ୍ଟ ଲ୍ୟାବ୍‌ ଏବଂ ଟାଟା ସେଣ୍ଟର ଫର ଡେଭଲପମେଣ୍ଟ ପକ୍ଷରୁ ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଏହି ତଥ୍ୟ ମିଳିଛି ।

କେବଳ ସେତିକି ନୁହେଁ ୨୧୦୦ ମସିହା ସୁଦ୍ଧା ଓଡ଼ିଶାରେ ପାଣିପାଗ ଜନିତ ମୃତ୍ୟୁ ୪୨ ହଜାର ୩୩୪ ହେବ ବୋଲି ଆକଳନ କରାଯାଇଛି । ଯାହା ପ୍ରତିବର୍ଷ ହୃଦ୍‌ଘାତ ଜନତି ଘଟୁଥିବା ମୃତ୍ୟୁ ସଂଖ୍ୟାର ୫ ଗୁଣ ହେବ । ୨୦୧୦ ମସିହା ସୁଦ୍ଧା ଓଡ଼ିଶାରେ ଉତପ୍ତ ଦିନ ସଂଖ୍ୟା ୧.୬୨ ରହିଥିବାବେଳେ ୨୧୦୦ ବେଳକୁ ଏହା ୩୦ ଗୁଣା ବୃଦ୍ଧି ପାଇ ୪୮.୦୫ରେ ପହଞ୍ଚିବ ବୋଲି ତଥ୍ୟ କହୁଛି ।

କେବଳ ଓଡ଼ିଶା ନୁହେଁ ଦିଲ୍ଲୀ ଓ ହରିୟାନାରେ ମଧ୍ୟ ସ୍ଥିତି ସଂଙ୍ଗୀନ ହେବ । ବର୍ତ୍ତମାନ ହାରରେ ଯଦି ଗ୍ରୀନ୍‌ହାଉସ୍‌ ଗ୍ୟାସ ନିର୍ଗମନ ଜାରି ରହିବ ତେବେ ଶତାଦ୍ଦୀ ଶେଷ ସୁଦ୍ଧା ଗରମ ଦିନ ସଂଖ୍ୟ ସର୍ବଭାରତୀୟ ସ୍ତରରେ ୩୦ ଗୁଣା ବୃଦ୍ଧି ପାଇବ । ଏଭଳି ସ୍ଥିତି ପାଇଁ ଏବେ ଠାରୁ ସଜାଗ ହେବାକୁ ପରାମର୍ଶ ଦେଇଛନ୍ତି ପରିବେଶବିତ୍‌ ।

ଜଳବାୟୁ ପରିବର୍ତ୍ତନ ପାଇଁ କେବଳ ସରକାର ନୁହେଁ ଜନସାଧାରଣଙ୍କୁ ବି ଚିନ୍ତା କରିବାକୁ ପଡିବ ବୋଲି କହିଛନ୍ତି ।
ସେପେଟେ ଓଡ଼ିଶା ସରକାରଙ୍କ ତଥ୍ୟ କହୁଛି ଜଳବାୟୁ ପରିବର୍ତ୍ତନ ପାଇଁ ୧୯୯୮ମସିହାରେ ୨୦୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦୫ରେ ୨୩୬ ଜଣଙ୍କର ମୃତ୍ୟୁ ହୋଇଛି । ୨୦୧୮-୧୯ରେ ଅତ୍ୟଧିକ ଖରା ପାଇଁ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ତେବେ କ୍ଳାଇମାଟ୍ ଇମ୍ପ୍ୟାକ୍ଟ ଲ୍ୟାବ୍‌ର ଗବେଷଣା ଯଦି ସତ ହୁଏ ତେବେ ଓଡ଼ିଶାର ସ୍ଥିତି ସଂଗୀନ ହେବ । ')}

Leave a Reply