କର୍ଫ୍ୟୁ ଲଗାଇଛି ଖରା: ସୁବର୍ଣ୍ଣପୁର ସହର ଖାଁ ଖାଁ

ସୋନପୁର: ତତଲା କଡ଼େଇରେ ଭାଜି ହେଉଛି ସୁବର୍ଣ୍ଣପୁର ଜିଲ୍ଲା । ଗତ ଦୁଇ ସପ୍ତାହ ହେଲା ପାରଦ ଉପର ମୁହାଁ ହୋଇଛି । ଦିନବେଳା ତାପମାତ୍ରା ୪୨ ଡିଗ୍ରୀ ପାର କରିଛି । ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ଦିନ ୧୦ଟାରୁ ସହରରେ ଅଘୋଷିତ କର୍ଫ୍ୟୁ ଜାରି ହେଉଛି ।

ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ଜାରି । ସୁବର୍ଣ୍ଣପୁରରେ ସହର ଖାଁ ଖାଁ । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ପାର କରିଥିବା ବେଳେ ଅହସ୍ୟ ଗୁଳୁଗୁଳି ପାଇଁ ଦିନ ବେଳା ସହର ଶୂନଶାନ ହେଇଯାଉଛି । ସକାଳ ୧୧ଟାରୁ ସଞ୍ଜ ୬ଟା ଯାଏ ଅତି ଜରୁରୀ କାମ ନଥିଲେ ଘରୁ ବାହାରିବାକୁ ଲୋକଙ୍କୁ ବାରଣ କରାଯାଉଛି ।

ତତଲା କଡେଇରେ ଭାଜି ହେଉଛି ସୁବର୍ଣ୍ଣପୁର ଜିଲ୍ଲା । ଖରା ଯୋଗୁଁ ମହାନଦୀ ଓ ତେଲ ନଦୀ ବିସ୍ତିର୍ଣ୍ଣ ବାଲୁକା ଶଯ୍ୟା ଉତ୍ତପ୍ତ ହେଉଛି । ଫଳରେ ସହର ତାପମାତ୍ର ବଢୁଥିବା ସହରବାସୀ କହିଛନ୍ତି । ସେପଟେ ଗରମରୁ ରକ୍ଷା ପାଇବା ପାଇଁ ଥଣ୍ଡା, ଆଖୁରସ ଓ ଲସି ଦୋକାନରେ ଲୋକଙ୍କ ଭିଡ଼ ଜମୁଛି । ଖଇଫୁଟା ଖରାକୁ ନେଇ ଭୟଭୀତ ହୋଇଛନ୍ତି ଜିଲ୍ଲାବାସୀ । ସେପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୁବର୍ଣ୍ଣପୁର ଜିଲ୍ଲାକୁ ୟୋଲୋ ଓ୍ୱାର୍ଣ୍ଣିଂ ଜୋନରେ ରଖିଥିବା ବେଳେ ଜିଲ୍ଲା ପ୍ରଶାସନ ପାଇଁ ଗ୍ରୀଷ୍ମ ପ୍ରବାହ ଚ୍ୟାଲେଞ୍ଜ ହୋଇଛି

ଏଥିସହିତ ପଢ଼ନ୍ତୁ: ନିରଞ୍ଜନ କହିଲେ, କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ହେବା ଆବଶ୍ୟକ