କେରଳ ଛୁଇଁବା ପରେ ଦୁର୍ବଳ ମୌସୁମୀ; ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅସହ୍ୟ ତାତି

1 min read

ଭୁବନେଶ୍ୱର: ଜଳୁଛି ସାରା ଓଡ଼ିଶା । ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅସହ୍ୟ ତାତି ଅନୁଭୁତ ହେଉଛି । ମୌସୁମୀ କେରଳ ଛୁଇଁବା ପରେ ଦୁର୍ବଳ ହୋଇଛି । ଓଡ଼ିଶା ପାଇଁ ପାଗ ଅନୁକୂଳ ହେଉନାହିଁ । ଯାହାଫଳରେ ତାତିରୁ ନିସ୍ତାର ମିଳୁନାହିଁ । ଆସନ୍ତା ୩ଦିନ ଯାଏ ଆହୁରି ଜାରି ରକହିବ ଅସହ୍ୟ ତାତି । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ଥିବା ବେଳେ ଅଧିକାଂଶ ସ୍ଥାନରେ ୪୩ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି ତାପମାତ୍ରା ।

ସେପଟେ ବିନା ତାତିରେ ବି ସନ୍ତୁଳି ହେଉଛନ୍ତି ଉପକୂଳ ଓଡ଼ିଶାବାସୀ । ୩୮ ଡିଗ୍ରୀ ତାପମାତ୍ରା ସହ ୬୦ ପ୍ରତିଶତ ଆର୍ଦ୍ରତା ମିଶି ୫୦ ଡିଗ୍ରୀ ତାପମାତ୍ରା ଅନୁଭବ ହେଉଛି ବୋଲି କହିଛି ପାଣିପାଗ କେନ୍ଦ୍ର । ତେଣୁ ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେଉଛି ପାରଦ । କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେଲେ ମଧ୍ୟ ଅନୁକୂଳ ବାତାବରଣ ନ ଥିବାରୁ ତାପମାତ୍ରା କମୁନି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଗତକାଲି ୪୩ ଡିଗ୍ରୀ ଉପରେ ୩ ସହର ଥିବା ବେଳେ ୧୧ଟି ସହର ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା ।

ଅପରପକ୍ଷରେ ୪୬ଡିଗ୍ରୀ ଉପରେ ଅଧିକାଂଶ ରାଜ୍ୟର ତାପମାତ୍ରା । ଓଡ଼ିଶାରେ ବି ସ୍ଥିତି ସାଂଘାତିକ । ଆର୍ଦ୍ରତା ପାଇଁ ଉପକୂଳରେ ୫୦ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଛି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଉତ୍ତର-ପଶ୍ଚିମ ଭାରତ । ସବୁଠି ଅସହ୍ୟ ଗରମ ଓ ଗୁଳୁଗୁଳି । ଅଧିକାଂଶ ସ୍ଥାନରେ ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହୁଛି ତାପମାତ୍ରା । ଆଜି ରାଜ୍ୟରେ ୪୩ ଡିଗ୍ରୀ ଉପରେ ୩ଟି ସହର ଥିବା ବେଳେ ୪୦ ଡିଗ୍ରୀ ଉପରେ ରହିଛି ୧୧ଟି ସହର । ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାତିରୁ ମୁକ୍ତି ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ କାଳବୈଶାଖୀ ବର୍ଷା ପାଇଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଏଥିସହିତ ପଢ଼ନ୍ତୁ: ଭୁବନେଶ୍ବରରୁ ସିଜ୍ ହେଲା ୨ କେଜିରୁ ଅଧିକ ଧଳାଜହର