ତାତିରେ ସନ୍ତୁଳି ହେଉଛି ଓଡ଼ିଶା, ୪୦ ଡିଗ୍ରୀ ଉପରେ ୨ ସହରର ତାପମାତ୍ରା

ଭୁବନେଶ୍ୱର: ଗୋଟେପଟେ ବାତ୍ୟା। ଏପଟେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ପ୍ରବଳ ତାତିରେ ସନ୍ତୁଳି ହେଉଛି ଓଡ଼ିଶା । ଆଜି ଦିନ ୧୧.୩୦ ସୁଦ୍ଧା ୨ ସହରର ତାପମାତ୍ରା ୪୦ ପାର୍।
ସମ୍ବଲପୁରରେ ସର୍ବାଧିକ ୪୦.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ଝାରସୁଗୁଡାରେ ୪୦, ହୀରାକୁଦରେ ୩୯, କେନ୍ଦୁଝରରେ ୩୬.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬, ଭୁବନେଶ୍ୱରରେ ୩୫.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବାଲେଶ୍ୱରରେ ୩୪.୪,ଗୋପାଳପୁରରେ ୩୩.୪ ଡ଼ିଗ୍ରୀ, ପୁରୀରେ ୩୩, ପାରାଦୀପରେ ୩୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।