ଆଉ ୨ ଦିନ କାଳବୈଶାଖି, ୩୧ରୁ ଡରେଇବ ଡହ ଡହ ଖରା
1 min readଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୨ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା । ୨୯ ତାରିଖରେ କାଳବୈଶାଖୀ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଏଥିସହ ୭ଟି ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଜଗତସିଂହପୁର, କନ୍ଧମାଳ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ କଟକକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।
Forecast & Warning for Day-1
(Valid up to 0830 hrs IST of 29.03.2021) pic.twitter.com/9syriuQiFR— Meteorological Centre, Bhubaneswar (@mcbbsr) March 28, 2021
ସେହିଭଳି ୩୦ ତାରିଖ ଲାଗି ପାଣିପାଗ ବିଭାଗ ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । କାଳବୈଶାଖୀ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।
#Heatwave Warning for Day-4 & Day-5
(Valid from 0830 hrs IST of 31.03.2021 up to 0830 hrs IST of 02.04.2021)#YellowWarning(To be updated)
Heat wave condition likely to occur at one or two places over the districts of Bolangir, Sonepur, Sambalpur, Angul, Boudh, Kalahandi. pic.twitter.com/CtQ4YfHYo6— Meteorological Centre, Bhubaneswar (@mcbbsr) March 28, 2021
୩୧ ତାରିଖରୁ ବହିବ ଝାଞ୍ଜି ପବନ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେବ । ଏପ୍ରିଲ୍ ୨ ତାରିଖ ଯାଏ ୬ଟି ଜିଲ୍ଲାକୁ ପାଣିପାଗ ବିଭାଗ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି । ପ୍ରବଳ ଖରା ନେଇ ବଲାଙ୍ଗିର, ସୋନପୁର, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି । ଏହି ସମୟରେ ବାହାରକୁ ଗଲେ ପାଣି ବୋତଲ ନେବା ସହ ମୁଣ୍ଡରେ ଓଦା କପଡ଼ା ବ୍ୟବହାର କରନ୍ତୁ ।