ସଙ୍ଗୀନ ଦଫାରେ ଛନ୍ଦି ହୋଇଛନ୍ତି ପ୍ରଦୀପ: ବେଲ୍ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ କୋର୍ଟରେ ହେବ ଶୁଣାଣି

1 min read

ଭୁବନେଶ୍ୱର: ଟାଟା ମୋଟର୍ସ ନାଁରେ ଜାଲ ନିଯୁକ୍ତି ଓ ଅର୍ଥ ଠକେଇ ମାମଲାରେ ବନ୍ଧାହୋଇ ଝାରପଡ଼ା ଜେଲ୍‌ରେ ଅଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କ ଜାମିନ ଆବେଦନ ଉପରେ ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଙ୍କ କୋର୍ଟରେ ଶୁଣାଣି ହେବ । ପୂର୍ବରୁ ଜାମିନ ପାଇଁ ଏସ୍‌ଡିଜେଏମ୍‌ଙ୍କ କୋର୍ଟ ଆବେଦନ କରିଥିଲେ। କିନ୍ତୁ ଏହା ଖାରଜ ହୋଇଥିଲା ।

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା । ଆଇପିସି ଧାରା ୪୧୯, ୪୨୦, ୪୬୭, ୪୬୯, ୪୭୧ ଓ ଧାରା ୧୨୦-ବି ଲାଗିଛି ପ୍ରଦୀପଙ୍କ ବିରୋଧରେ । ସେପେଟେ ଆସନ୍ତା ୯ ତାରିଖରେ ପାଠକ ପିତା-ପୁତ୍ରଙ୍କ ଜାମିନ ନେଇ ଶୁଣାଣି ହେବ। ତେବେ ସେମାନଙ୍କୁ ବେଲ୍ ମିଳିବ ନାହିଁ ବୋଲି ବରିଷ୍ଠ ଆଇନଜୀବୀ କହିଛନ୍ତି। ଇଡି ମଧ୍ୟ ପାଠକ ପିତାପୁତ୍ର ଓ ପ୍ରଦୀପଙ୍କ ବିରୋଧରେ ୩ଟି ମାମଲା ରୁଜୁ କରି ତନାଘନା ଚଳାଇଛି ।

Leave a Reply