Farmers Protest: ‘ଆନ୍ଦୋଳନ ପାଇଁ ଅଛି ଅଧିକାର, ରାସ୍ତା ବନ୍ଦ ପାଇଁ ନୁହେଁ ’

ନୂଆଦିଲ୍ଲୀ: କୃଷି ଆଇନ ପ୍ରତିବାଦରେ ଆନ୍ଦୋଳନ ଏବେ ବି ଅଗ୍ରସର । ଆଇନ ପ୍ରତ୍ୟାହାର ନେଇ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ମାମଲାର ଗୁରୁବାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିଛନ୍ତି ଏହି ଶୁଣାଣି । ଆଜି ଆଇନ ଉପରେ ଆଲୋଚନା ନହୋଇ କେବଳ ବାକ୍ ଅଧିକାର ଏବଂ ପ୍ରତିବାଦର ନିୟମ ସମ୍ବନ୍ଧରେ ଶୁଣାଣି କରିବେ ବୋଲି ପ୍ରଥମରୁ କହିଥିଲେ ଗଠିତ ଖଣ୍ଡପୀଠ ।

ନିଜ ଅଧିକାର ପାଇଁ ଆନ୍ଦୋଳନ କରିବା ଆଇନ ବିରୋଧ ନୁହେଁ । ସରକାରଙ୍କ ନିକଟରେ ଦାବି ସ୍ଥାପନା କରିବା ଏବଂ ବାର୍ତ୍ତାଳପ କରିବା ପାଇଁ ପ୍ରତିବାଦ କରିବା ସ୍ବଭାବିକ କଥା । ତେଣୁ ଏହାକୁ ଆମେ ଆଇନ ସମ୍ମତ ଗ୍ରହଣ କରୁଛୁ । କିନ୍ତୁ ନିଜସ୍ବ ଅଧିକାର ପାଇଁ ହିଂସାତ୍ମକ ଘଟଣା ରଚାଇବା କିମ୍ବା ସାଧାରଣ ସମ୍ପତ୍ତି ନଷ୍ଟ କରିବା ଆଇନ ବିରୋଧି  । ତେଣୁ ପ୍ରତିବାଦ ପାଇଁ ରାସ୍ତା ବନ୍ଦ କରିବା ମଧ୍ୟ ଆଇନର ବିପକ୍ଷରେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଶୁଣାଣୀ ବେଳେ ସର୍ବୋଚ୍ଚ ଅଦାଲତ କହିଛନ୍ତି, କୃଷକଙ୍କ ଦାବିକୁ ଆଲୋଚନା କରିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ । ଏଥିପାଇଁ ଅନେକ କୃଷି ବିଶେଷଜ୍ଞ ଏବଂ କୃଷକ ସଂଗଠନକୁ ନେଇ ଏକ ନିରପେକ୍ଷ କମିଟି ଗଠନ କରିବୁ । ଆନ୍ଦୋଳନରତ ଚାଷୀଙ୍କ ସମସ୍ତ ଦାବିକୁ ଏହି କମିଟି ବିସ୍ତୃତ ରୂପେ ଆଲୋଚନା କରିବେ । ପରେ ଏନେଇ ଅଦାଲତ ଶୁଣାଣି କରିବେ ବୋଲି କହିଛନ୍ତି ଖଣ୍ଡପୀଠ ।

Leave a Reply