ରାଜ୍ୟରେ ୨ ପ୍ରତିଶତକୁ ଖସିଛି ପଜିଟିଭିଟି ହାର:ଦୈନିକ ୭୦ ହଜାର ଟେଷ୍ଟିଂ ଲକ୍ଷ୍ୟ

1 min read

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହା ସହ ପଜିଟିଭ୍ ହାର ଦ୍ରୁତଗତିରେ କମୁଛି । ଆଶ୍ୱସ୍ତିକର କଥା, ଭାରତର ୫୪ଟି ଜିଲ୍ଲାରେ ସଂକ୍ରମଣ ବଢୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ତେବେ ସେହି ତାଲିକାରେ ଓଡ଼ିଶାର କୌଣସି ଜିଲ୍ଲା ନାହିଁ । ଯାହାକି ଖୁସିର କଥା । ରାଜ୍ୟରେ ପଜିଟିଭ୍ ହାର ୨ପ୍ରତିଶତକୁ ଖସିଛି । ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ତୃତୀୟ ଲହର ଆସିବା ନେଇ ଆକଳନ କରାଯାଉଥିବାରୁ ଏଥିଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ତେବେ ଅଗଷ୍ଟ ମାସରେ ଦୈନିକ ଟେଷ୍ଟିଂ ୭୦ ହଜାର ଉପରେ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଚାର୍ଗେଟ ରଖିଛି । ଆଣ଼୍ଟିଜେନ୍ ଓ ଆର୍‌ଟି-ପିସିଆର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୮ହଜାର ୭୪୦ଟେଷ୍ଟିଂ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ,୧୮ ମୃତ : ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

Leave a Reply