୨୦୨୦ ଶେଷ ସୁଦ୍ଧା ଆମେରିକାକୁ ମିଳିଯିବ କୋଭିଡ-୧୯ ଟୀକା!

1 min read

ଓ୍ୱାଶିଂଟନ୍‌: ଆମେରିକାର ଶୀର୍ଷ ସଂକ୍ରମିତ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫାଉସୀ ଆଶା ରଖିଛନ୍ତିଯେ ଆସନ୍ତା ବର୍ଷ ୨୦୨୧ର ଆରମ୍ଭ ପର‌୍ୟ୍ୟନ୍ତ ଆମେରିକାବାସୀଙ୍କୁ କୋରନା ଭାଇରସ ସଂକ୍ରମଣରୁ ରକ୍ଷା କରିବା ପାଇଁ ଟୀକା ପ୍ରସ୍ତୁତ ହୋଇଯିବ । ଆମେରିକାରେ ହେବାକୁ ଥିବା କ୍ଲିନିକାଲ ଟେଷ୍ଟରେ ପ୍ରାୟ ୨ ଲକ୍ଷ ୫୦ ହଜାର ଲୋକ ସାମିଲ ହେବା ପାଇଁ ଇଚ୍ଛୁକ ଥିବା କହିଛନ୍ତି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଲର୍ଜି ଆଣ୍ଡ ଇନଫେକ୍ସନ ଡିଜିଜ୍‌ର ମୁଖ୍ୟ ବିଶେଷଜ୍ଞ ଏନ୍ଥୋନି ଫାଉସୀ ।

ଗତ ଶୁକ୍ରବାରକୁ ଆମେରିକାର ଏକ ସଭାରେ ଫାଉସୀ ଏହି ସୂଚନା ଦେଇଛନ୍ତି । ଏହା ସହିତ ସେ ଏହା ମଧ୍ୟ କହିଛନ୍ତିଯେ ବତ୍ତର୍ମାନ ପରିସ୍ଥିତିରେ କୋଭିଡ-୧୯ର ଯାଂଚ ପାଇଁ ଏକତ୍ର କରାଯାଉଥିବା ନମୁନା ରିପୋର୍ଟ ଦୁଇ ତିନି ଦିନରେ ମିଳିପାରୁନାହିଁ । ଏହା ବ୍ୟତୀତ ସମେସ୍ତ ମାସ୍କ ପିନ୍ଧିବା ସହିତ ନିୟମିତ ଭାବରେ ହାତ ଧୋଇବା ଏବଂ ଭିଡ଼ ସ୍ଥାନରୁ ଦୂରେଇ ରହି ସାମାଜିକ ଦୂରତା ରକ୍ଷା କରିବା ଆଦି ସଚେତନ ମୂଳକ ପନ୍ଥା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ଫାରୁସୀ । ଏହାକୁ ମାନିବା ଖୁବ ସହଜ ବୋଲି କହିଛନ୍ତି ରୋଗ ନିୟନ୍ତ୍ରଣ ଏବଂ ନିଷେଧ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ରବର୍ଟ ରେଡ଼ଫିଲ୍ଡ । ତେବେ ୨୦୨୧ ସୁଦ୍ଧା ଯେପରି ଟୀକା ପ୍ରସ୍ତୁତ ହୋଇଯିବ ସେଥିପ୍ରତି ଆଶାବାଦୀ ଅଛନ୍ତି ଡାକ୍ତର ରବର୍ଟ ।

କହିରଖୁଛୁ ହ୍ୱାଇଟ୍ ହାଉସର ଆଦେଶରେ ସଙ୍ଘୀୟ ସ୍ୱାସ୍ଥ୍ୟ ଏଜେନ୍ସି ଏବଂ ରକ୍ଷା ମନ୍ତ୍ରାଳୟ ସୀମିତ ସମୟରେ ୩୦ କୋଟି ଟୀକା ପ୍ରସ୍ତୁତ କରିବା ପାଇଁ ଯୋଜନା କରିଛନ୍ତି । କିନ୍ତୁ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଏହି ଟୀକା ସୁରକ୍ଷିତ ଏବଂ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେବ ।

Leave a Reply