Corona Vaccine: କୋଭିଡ୍ ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବଡ଼ ବୟାନ

1 min read

ନୂଆଦିଲ୍ଲୀ: ଭାରତ କେମିତି ମହାମାରୀ କରୋନା ବିରୋଧରେ ଲଢ଼ିବ ? ଏହାକୁ ନେଇ ମଙ୍ଗଳବାର ପ୍ରେସମିଟରେ ଭ୍ୟାକ୍ସିନ ବାବଦରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବୈଜ୍ଞାନିକଙ୍କ ଠାରୁ ସବୁଜ ସଂକେତ ମିଳିବା ପରେ ବିପୁଳ ପରିମାଣରେ କରୋନା ଟିକା ଉତ୍ପାଦନ କରାଯିବ । ଏଥିପାଇଁ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଟିକା ଉତ୍ପାଦନ ବୃଦ୍ଧି ଲାଗି ରୂପରେଖ ପ୍ରସ୍ତୁତି କରାଯାଇଛି ଏବଂ ଯଥାସମ୍ଭବ ସ୍ୱଳ୍ପ ସମୟରେ ପ୍ରତି ବ୍ୟକ୍ତିଙ୍କ ନିକଟରେ ଟିକା ପହଞ୍ଚାଇବା ଲାଗି କାମ ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆହୁରି କହିଛି କିଛି ଟିକାକୁ ଆଗାମୀ କିଛି ସପ୍ତାହରେ ଲାଇସେନ୍ସ ବି ମିଳିଯିବ ।

ଭାରତରେ ଏବେ ତିନିଗୋଟି ଟିକା ପ୍ରି-କ୍ଲିନିକାଲ୍ ଷ୍ଟେଜରେ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ । ୬ ଗୋଟି ଟିକା କ୍ଲିନିକାଲ୍ ଟ୍ରାଏଲରେ ରହିଛି । ଏହି ସବୁ ଟିକା ୨ରୁ ୩ ଡୋଜ୍ ବିଶିଷ୍ଟ ହୋଇଥିବା ବେଳେ ଅଧିକାଂଶ ୨ ଡୋଜ୍ ବିଶିଷ୍ଟ । ଟିକାର ପ୍ରତି ଡୋଜ୍ ମଧ୍ୟରେ ୩ରୁ ୪ ସପ୍ତାହ ବ୍ୟବଧାନ ରହିଛି ।

https://twitter.com/ANI/status/1336265081869365251

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଏବେ ଭାରତରେ ଚାଲିଥିବା ଟିକା ପରୀକ୍ଷଣରେ ୬ ଗୋଟି ଭ୍ୟାକ୍ସିନ୍ ପ୍ରଭାବୀ ଫଳ ଦେଉଛନ୍ତି । କେତକ ଭ୍ୟାକ୍ସିନକୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଲାଇସେନ୍ସ ମିଳିପାରେ । ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସହଯୋଗରେ କେନ୍ଦ୍ର ସରକାର ଭ୍ୟାକ୍ସିନ୍ ବିତରଣ ଲାଗି ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି ।

ଭ୍ୟାକ୍ସିନ୍ ବିତରଣ ଲାଗି ଭିତ୍ତିଭୂମି

ଦେଶରେ ଥିବା କୋଲ୍ଡ ଚେନରେ ୩ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ଲାଗି କୋଭିଡ୍ ଭ୍ୟାକ୍ସିନ୍ ରଖାଯାଇ ପାରିବ । ଟୀକାକରଣ ଲାଗି ଆମ ପାଖରେ ଦେଶରେ ୨.୩୯ ଲକ୍ଷ ANM ଅଛନ୍ତି । କୋଭିଡ୍ ଟୀକାକରଣ ଲାଗି ସେଥିମଧ୍ୟରୁ ୧.୫୪ ଲକ୍ଷ ANM ନିୟୋଜିତ ହେବେ । ପ୍ରଚଳିତ ସ୍ୱାସ୍ଥ୍ୟ ସେବା ଓ ଟୀକାକରଣ ଉପରେ କୋଭିଡ୍ ଟୀକାକରଣ ଅଳ୍ପ ପ୍ରଭାବ ପକାଇବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

Leave a Reply