Corona Vaccine: କୋଭିଡ୍ ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବଡ଼ ବୟାନ
1 min readନୂଆଦିଲ୍ଲୀ: ଭାରତ କେମିତି ମହାମାରୀ କରୋନା ବିରୋଧରେ ଲଢ଼ିବ ? ଏହାକୁ ନେଇ ମଙ୍ଗଳବାର ପ୍ରେସମିଟରେ ଭ୍ୟାକ୍ସିନ ବାବଦରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବୈଜ୍ଞାନିକଙ୍କ ଠାରୁ ସବୁଜ ସଂକେତ ମିଳିବା ପରେ ବିପୁଳ ପରିମାଣରେ କରୋନା ଟିକା ଉତ୍ପାଦନ କରାଯିବ । ଏଥିପାଇଁ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଟିକା ଉତ୍ପାଦନ ବୃଦ୍ଧି ଲାଗି ରୂପରେଖ ପ୍ରସ୍ତୁତି କରାଯାଇଛି ଏବଂ ଯଥାସମ୍ଭବ ସ୍ୱଳ୍ପ ସମୟରେ ପ୍ରତି ବ୍ୟକ୍ତିଙ୍କ ନିକଟରେ ଟିକା ପହଞ୍ଚାଇବା ଲାଗି କାମ ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆହୁରି କହିଛି କିଛି ଟିକାକୁ ଆଗାମୀ କିଛି ସପ୍ତାହରେ ଲାଇସେନ୍ସ ବି ମିଳିଯିବ ।
Some of the vaccine candidates may get licensed in the next few weeks: Rajesh Bhushan, Secretary, Union Health Ministry https://t.co/QSn08WqjBF
— ANI (@ANI) December 8, 2020
ଭାରତରେ ଏବେ ତିନିଗୋଟି ଟିକା ପ୍ରି-କ୍ଲିନିକାଲ୍ ଷ୍ଟେଜରେ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ । ୬ ଗୋଟି ଟିକା କ୍ଲିନିକାଲ୍ ଟ୍ରାଏଲରେ ରହିଛି । ଏହି ସବୁ ଟିକା ୨ରୁ ୩ ଡୋଜ୍ ବିଶିଷ୍ଟ ହୋଇଥିବା ବେଳେ ଅଧିକାଂଶ ୨ ଡୋଜ୍ ବିଶିଷ୍ଟ । ଟିକାର ପ୍ରତି ଡୋଜ୍ ମଧ୍ୟରେ ୩ରୁ ୪ ସପ୍ତାହ ବ୍ୟବଧାନ ରହିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଏବେ ଭାରତରେ ଚାଲିଥିବା ଟିକା ପରୀକ୍ଷଣରେ ୬ ଗୋଟି ଭ୍ୟାକ୍ସିନ୍ ପ୍ରଭାବୀ ଫଳ ଦେଉଛନ୍ତି । କେତକ ଭ୍ୟାକ୍ସିନକୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଲାଇସେନ୍ସ ମିଳିପାରେ । ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସହଯୋଗରେ କେନ୍ଦ୍ର ସରକାର ଭ୍ୟାକ୍ସିନ୍ ବିତରଣ ଲାଗି ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି ।
ଭ୍ୟାକ୍ସିନ୍ ବିତରଣ ଲାଗି ଭିତ୍ତିଭୂମି
There are around 2.39 lack vaccinators (Auxiliary Nurse Midwife-ANM) across the country. Only 1.54 lakh ANMs to be used for COVID19 vaccination. COVID19 vaccination drive to have minimal impact on routine health services including routine immunisation: Health Ministry pic.twitter.com/dZPI9faAox
— ANI (@ANI) December 8, 2020
ଦେଶରେ ଥିବା କୋଲ୍ଡ ଚେନରେ ୩ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ଲାଗି କୋଭିଡ୍ ଭ୍ୟାକ୍ସିନ୍ ରଖାଯାଇ ପାରିବ । ଟୀକାକରଣ ଲାଗି ଆମ ପାଖରେ ଦେଶରେ ୨.୩୯ ଲକ୍ଷ ANM ଅଛନ୍ତି । କୋଭିଡ୍ ଟୀକାକରଣ ଲାଗି ସେଥିମଧ୍ୟରୁ ୧.୫୪ ଲକ୍ଷ ANM ନିୟୋଜିତ ହେବେ । ପ୍ରଚଳିତ ସ୍ୱାସ୍ଥ୍ୟ ସେବା ଓ ଟୀକାକରଣ ଉପରେ କୋଭିଡ୍ ଟୀକାକରଣ ଅଳ୍ପ ପ୍ରଭାବ ପକାଇବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।