ହୋମ୍ ଆଇସୋଲେସନ୍ ନେଇ ଆସିଲା ନୂଆ ଗାଇଡଲାଇନ୍

1 min read
Health Ministry Issues Revised Guidelines For Home Isolation

ନୂଆଦିଲ୍ଲୀ: ଘରେ ସଂଗରୋଧରେ ରହୁଥିବା କୋଭିଡ୍ ଆକ୍ରାନ୍ତଙ୍କ ଲାଗି କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡଲାଇନ୍ । ନୂଆ ଗାଇଡଲାଇନ୍ ଅନୁସାରେ ସଂକ୍ରମିତ ଚିହ୍ନଟ ହେବାର ଘରେ ୭ ଦିନ ରହିବା ଓ ଲଗାତାର ୩ ଦିନ ଧରି ଜର ନ ଆସିଲେ ହୋମ୍ ଆଇସୋଲେସନ୍ ଶେଷ ହେବ ଏବଂ ରୋଗୀଙ୍କୁ ଡିସଚାର୍ଜ କରି ଦିଆଯିବ । ହୋମ୍ ଆଇସୋଲେସନ୍ ସରିବା ପରେ ଆଉ ଥରେ କୋଭିଡ୍ ଟେଷ୍ଟର ଆବଶ୍ୟକତା ନାହିଁ ।

ତେବେ ଘରେ ଲକ୍ଷଣହୀନ ଓ ସ୍ୱଳ୍ପ ଲକ୍ଷଣ ଥିବା ଆକ୍ରାନ୍ତ ରହିପାରିବେ । ଘରେ କ୍ୱାରେଣ୍ଟାଇନରେ ରହିବା ଲାଗି ଆବଶ୍ୟକ ସୁବିଧା ଥିବା ଦରକାର । ୬୦ ବର୍ଷରୁ ଅଧିକ ବୟସ୍କ କିମ୍ବା ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ, କିଡନୀ ରୋଗ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ହୋମ୍ ଆଇସୋଲେସନରେ ରହିବାକୁ ଅନୁମତି ମିଳିବ । ଯେତେବେଳେ କି ଏଚଆଇଭି, କ୍ୟାନସର ପୀଡ଼ିତଙ୍କୁ ଘରେ ରହିବାକୁ ଅନୁମତି ନାହିଁ । ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁମୋଦନ କ୍ରମେ ସେମାନଙ୍କୁ ହୋମ୍ ଆଇସୋଲେସନ୍ ପାଇଁ ଅନୁମତି ମିଳିବ ।

ଘରେ ସଂଗରୋଧରେ ରହୁଥିବା ଆକ୍ରାନ୍ତ ତିନି ଲେୟାର ବିଶିଷ୍ଟ ମାସ୍କ ପିନ୍ଧିବେ । ଅଲଗା କୋଠରୀରେ ରହିବେ । ପାରାସିଟାମଲ ୬୫୦ ମିଲିଗ୍ରାମର ୪ଟି ବଟିକା ଦିନକୁ ଖାଇବା ପରେ ବି ଜର ନ କମିଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।

Leave a Reply