ଅଚାନକ ମେଡିକାଲରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ; ତା’ପରେ କଣ ହେଲା…

1 min read

ଭଦ୍ରକ: ଆକ୍ସନ ମୋଡରେ ସ୍ୱାସ୍ଥ୍ୟମନ୍ତ୍ରୀ । ବୁଲୁଛନ୍ତି ହସ୍ପିଟାଲ । ମୋ ସରକାର ଓ 5T ଲାଗୁ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଅଚାନକ ଭଦ୍ରକ ମେଡିକାଲ ଗସ୍ତ କରିଛନ୍ତି । ମେଡିକାଲର ବିଭିନ୍ନ ସମସ୍ୟା ନେଇ ରୋଗୀ ଓ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ କଥା ହୋଇଛନ୍ତି । ଚିକିତ୍ସାଳୟରେ ଲାଗି ରହିଥିବା ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଡାକ୍ତର ସମସ୍ୟା ସାଙ୍ଗକୁ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ସିଡିଏମଓ ମେଡିକାଲ ପରିଦର୍ଶନ କରି ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ ।

ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ନିଜେ 5T ସଚିବ ମଧ୍ୟ ବିଭିନ୍ନ ମେଡିକାଲ ପରିଦର୍ଶନ କରି ସ୍ଥିତି ପରଖୁଛନ୍ତି । ଏପରିକି କାର୍ଯ୍ୟରେ ଅବହେଳା ପରିଲକ୍ଷିତ ହେଲେ ସ୍ପଷ୍ଟରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.