କଂଗ୍ରେସ ସମାଲୋଚନାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଖଣ୍ଡନ

1 min read

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିବା ବେଳେ ରାଜନୀତି ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସ ନେତା ମନୀଷ ତିୱାରୀ ଟିକାକରଣକୁ ନେଇ ସମାଲୋଚନା କରିଛନ୍ତି । ଯାହାର ଜବାବ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । ଗୋଟିଏ ପଟେ ଭାରତ ଭ୍ୟାକ୍ସିନ୍ ନେଉଥିବା ବେଳେ ରାଜନୀତିକ ଫାଇଦା ପାଇଁ କଂଗ୍ରେସର ଏଭଳି ବୟାନବାଜିକୁ ଫଟୋରେ ଜବାବ ଦେଇଛନ୍ତି ହର୍ଷବର୍ଦ୍ଧନ ।

କଂଗ୍ରେସ ନେତା ମନୀଷ ତିୱାରୀ ଫଟୋ ସହ ପ୍ରଶ୍ନ କରିଥିଲେ- ଭାରତ ଦେଶବ୍ୟାପୀ ଟିକାକରଣ ଆରମ୍ଭ କରିଥିବା ବେଳେ କାହିଁକି କୌଣସି ସରକାରୀ ଅଧିକାରୀ କୋଭିଡ୍ ଟିକା ନେବାକୁ ଆଗକୁ ଆସୁନାହାଁନ୍ତି । ଯାହାର ଜବାବ ରଖିଛନ୍ତି ହର୍ଷ ବର୍ଦ୍ଧନ । ଅବିଶ୍ୱାସ ଓ ଗୁଜବ ପ୍ରଚାର ମନୀଷ ତିୱାରୀ ଓ କଂଗ୍ରେସର ପ୍ୟାସନ । ଆଖି ଖୋଲି ଦେଖିନିଅନ୍ତୁ ଡାକ୍ତର ଓ ସରକାରୀ ଅଧିକାରୀ ଟିକା ନେଉଛନ୍ତି ।

Health minister deflects Congress' criticism over Covid-19 vaccine with photos

ଆଜି ଦେଶର ୩ ହଜାର ୬ଟି କେନ୍ଦ୍ରରେ କୋଭିଡ୍ ଟିକା ଦିଆଯାଉଛି । ପ୍ରତି କେନ୍ଦ୍ରରେ ପାଖାପାଖି ଶହେ ଜଣଙ୍କୁ ଭ୍ୟାକ୍ସିନ୍ ଦିଆଯାଉଛି । ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି । ୩ କୋଟି ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକା ଦିଆଯିବ । ଯେଁଉଥିରେ ୨୭୦ କୋଟି ଅନ୍ୟ ବର୍ଗର ଲୋକ । ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଓ ଅସୁସ୍ଥଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯିବ ।

Leave a Reply