ଦିନକରେ ପାଖାପାଖି ୯ଶହ କମିଲା ସଂକ୍ରମଣ ସଂଖ୍ୟା: ୧୦ ଦିନ ମଧ୍ୟରେ ଆହୁରି କମିବ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଅନଲକ୍ ମୁହାଁ ହେଉଛି ଓଡ଼ିଶା । ଗତକାଲି ୭ ହଜାର ଉପରେ ପଜିଟିଭ୍ ଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ୬ ହଜାର ୧୧୮ ଆକ୍ରାନ୍ତ । ତେବେ ଆଗାମୀ ସପ୍ତାହ କିମ୍ବା ୧୦ ଦିନ ଭିତରେ ସଂକ୍ରମଣ ଆହୁରି କମିଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁସଂଖ୍ୟା ମଧ୍ୟ ଅଧିକ ରହୁଛି । ବର୍ତ୍ତମାନ ଟିକାକରଣରେ ଦ୍ଵିତୀୟ ଡୋଜ୍‌କୁ ଗୁରୁତ୍ୱ ଦିଆଯାଉଛି । ୧୮ରୁ ୪୪ ବର୍ଷର, ଯେଉଁମାନେ ପ୍ରଥମ ଡୋଜ୍‌ ନେଇ ଦ୍ଵିତୀୟ ଡୋଜ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ୨୨ଟି ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଯେତେ ଟିକା ରାଜ୍ୟକୁ ମିଳିବ ସେହି ଅନୁସାରେ ପ୍ଲାନ କରାଯାଉଛି । କୋଭିଡ ମେଡିସିନ ପାଇଁ ଜାତୀୟ ଟାସ୍କ ଫୋର୍ସ ଯାହା ଅନୁମୋଦନ କରୁଛନ୍ତି, ମଧ୍ୟ ତାହା ବ୍ୟବହାର କରାଯାଉଛି । ଅକ୍ସିଜେନ, ପାରାସିଟାମଲ ଓ ଷ୍ଟେରଏଡ୍‌ ଉପରେ ଗୁରୁତ୍ୱ ଦିଆଗଲେ, ରାଜ୍ୟରେ ମଧ୍ୟ ତର୍ଜମା କରି ସେହି ଔଷଧ ବ୍ୟବହାର କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୬ହଜାର ୧୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ

Leave a Reply