ଟିକା ନେବା ପରେ ମୃତ୍ୟୁ ନେଇ ସର୍ଭେ କରୁଛନ୍ତି ବିଶେଷଜ୍ଞ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

1 min read

ଭୁବନେଶ୍ୱର: କରୋନା ଟିକା ନେବା ପରେ କରୋନା ହେବନି ବୋଲି କୁହାଯାଇନି । ଟିକା ନେଲେ ୭୧ରୁ ୯୭ ପ୍ରତିଶତ ସୁରକ୍ଷିତ ରହିବେ । ଟିକା ନେବା ପରେ ମୃତ୍ୟୁ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏପରି ପ୍ରିତିକ୍ରିୟା ରଖିଛନ୍ତି । ଘଟଣା ନେଇ ସର୍ଭେ କରୁଛନ୍ତି ବୈଷୟିକ କମିଟି । କେତେ ଲୋକଙ୍କର ଦୁଇ ଡୋଜ ଟିକା ନେବା ପରେ ମୃତ୍ୟୁ ହୋଇଛି ? ଦୁଇ ଡୋଜ ନେବାର କେତେ ଦିନ ପରେ ମୃତ୍ୟୁ ହୋଇଛି ? ଏସବୁ ଅନୁଧ୍ୟାନ କରାଯାଉଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଟିକା ନେଲେ ସାଙ୍ଗେ ସାଙ୍ଗେ ରୋଗ ପ୍ରତିରୋଧ ବଢେନାହିଁ । ଯଦି କାହାର ମୃତ୍ୟୁ ହୋଇଛି, ତେବେ ସେ କେତେ ଗୁରୁତର ଥିଲେ ? ଯଦି ବେଶି ଗୁରୁତର ଥାଇ ମୃତ୍ୟୁ ହୋଇଛି ତେବେ ଅନ୍ୟ ରୋଗ ଥିଲା କି ? ନା କେବଳ କରୋନାରେ ମୃତ୍ୟୁ ହୋଇଛି ? ଏସବୁ ତଥ୍ୟ ସଂଗ୍ରହ କରୁଛନ୍ତି କମିଟି । ତଥ୍ୟ ମିଳିବା ପରେ ସମୀକ୍ଷା କରାଯିବ । ପୂର୍ବରୁ ସର୍ଭେ ସମୟରେ ଟିକା ଦିଆଯାଇ ନଥିଲା । ଟିକା ଦେବା ପରେ ପୁନର୍ବାର ତଥ୍ୟ ସଂଗ୍ରହ କରାଯାଉଛି । ସବୁ ଜିଲ୍ଲାର ତଥ୍ୟ ସଂଗ୍ରହ କରାଯାଉଛି । ଭ୍ୟାକ୍ସିନ ନେଲା ପରେ ବି କୋଭିଡ ନିୟମ ମାନିବା ଦରକାର । ରାଜ୍ୟ ସରକାର ସବୁବେଳେ ସଚେତନ କରୁଛନ୍ତି । ସେପଟେ ରାଜ୍ୟର ସଂକ୍ରମଣ ସଂଖ୍ୟା ତଳ-ଉପର ହେବ । କିନ୍ତୁ ରାଜ୍ୟ ଏକ ଭଲ ସ୍ଥିତି ଆଡ଼କୁ ଗତି କରୁଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଆଜି ପଜିଟିଭ ସଂଖ୍ୟା ୫ ଦଶମିକ ୩ ପ୍ରତିଶତ ଅଛି । ତୃତୀୟ ଲହର ପାଇଁ ବିଭିନ୍ନ ମତ ଆସୁଛି । ସବୁ ପରିସ୍ଥିତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୩୪୨୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

Leave a Reply