ସ୍କୁଲ ଖୋଲିବା ପରେ ମିଳିତ ମନିଟରିଂ କରିବେ ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ

Health Department To Monitor Covid Situation After Schools Reopen

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ସ୍ଥିର ଅଛି । ପାର୍ବଣର ପ୍ରଭାବ ୭ରୁ ୧୦ ଦିନ ଭିତରେ ଜଣା ପଡ଼ିବ । ପାର୍ବଣରେ ଯେଭଳି ଭାବରେ ଲୋକମାନେ ଭିଡ଼ ଜମାଇଥିଲେ, ଏହାର ପ୍ରଭାବ ପଡ଼ିବାର ଆଶଙ୍କା ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ତେବେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସର୍ଭେଲାନ୍ସକୁ ଜୋରଦାର କରାଯିବ । ଗ୍ରାମାଞ୍ଚଳରେ ଆଶାକର୍ମୀ ଓ ସହରାଞ୍ଚଳରେ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ କଡ଼ା ନଜର ରଖିଛନ୍ତି । ସେଭଳି କିଛି ସଂକ୍ରମଣର ଆଭାସ ଆସିଲେ ସର୍ଭେଲାନ୍ସ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Health Department To Monitor Covid Situation After Schools Reopen

ଅନ୍ୟପଟେ ଆଗକୁ ସ୍କୁଲ ଖୋଲିବାକୁ ଥିବାବେଳେ ପିଲା ଯେପରି ସଂକ୍ରମିତ ନହୁଅନ୍ତି, ସେଥିପ୍ରତି ଧ୍ୟାନ ଦିଆଯିବ । ସ୍କୁଲ ଖୋଲିବା ପରେ ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମନିଟରିଂ କରିବେ ବୋଲି କହିଛନ୍ତି ଡାକ୍ତର ସିବିକେ ମହାନ୍ତି । ସ୍କୁଲ ପିଲାଙ୍କର କ’ଣ ସବୁ ଲକ୍ଷଣ ଅଛି କି ନାହିଁ, ଶିକ୍ଷକମାନେ ଟିକା ନେଇଛନ୍ତି କି ନାହିଁ ଏହାର ଅନୁଧ୍ୟାନ କରାଯିବ ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସି.ବି.କେ ମହାନ୍ତି କହିଛନ୍ତି ।

Health Department To Monitor Covid Situation After Schools Reopen

ପିଲାଙ୍କୁ ଟିକା ଦିଆଯାଇନଥିବା ବେଳେ ଏବେ ସ୍କୁଲ ଖୋଲୁଛି । ଏଥିପ୍ରତି ଅଭିଭାବକମାନେ ତୀକ୍ଷଣ ନଜର ରଖିବା ଦରକାର । ବଡ଼ ଲୋକଙ୍କଠାରୁ ପିଲାଙ୍କୁ କରୋନା ବ୍ୟାପିବାର ଆଶଙ୍କା ରହିଛି । ତେଣୁ ସମସ୍ତେ ସଚେତନ ରହିବା ଜରୁରୀ । ଶିକ୍ଷକ, ଅଭିଭାବକ ସମସ୍ତେ ଟିକା ନେବା ଜରୁରୀ ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।

Leave a Reply