ବାହାର ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଆଗୁଆ ପଦକ୍ଷେପ ନେଇ ସ୍ୱାସ୍ଥ୍ୟ ବିଭାଗ ଗଠନ କଲା କମିଟି

Health Department Setuped A Committee In View Of Surges Corona Cases In Other State

ଭୁବନେଶ୍ୱର: ବାହାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଦେଖି ପଦକ୍ଷେପ ନେଲା ସ୍ୱାସ୍ଥ୍ୟ ବିଭାଗ । ପଡ଼ୋଶୀ ଓ ବାହାର ରାଜ୍ୟର ପ୍ରଭାବ ରାଜ୍ୟ ଉପରେ ନ ପଡ଼ିବା ନେଇ ସ୍ୱାସ୍ଥ୍ୟ ବିଭାଗ କମିଟି ଗଠନ କରିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଆରଏମଆରସି ନିର୍ଦେଶକ, ଆଇଏଲ୍ଏସ୍ ନିର୍ଦ୍ଦେଶକଙ୍କୁ ନେଇ କମିଟି ଗଠନ ହୋଇଛି ।

ବାହାର ରାଜ୍ୟରେ ବଢୁଥିବା ସଂକ୍ରମଣର ପ୍ରଭାବ ଯେମିତି ଓଡ଼ିଶା ଉପରେ ନ ପଡ଼ିବ ସେ ନେଇ କମିଟି ପଦକ୍ଷେପ ନେବ । ଅନ୍ୟ ରାଜ୍ୟରେ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ ଅଛି । ସୋମବାର ସୁଦ୍ଧା ରାଜ୍ୟରେ ଦୈନିକ ଟିକାକରଣ ୧ ଲକ୍ଷରେ ପହଞ୍ଚିବ । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଅନ୍ୟପଟେ ପାଞ୍ଚୋଟି ରାଜ୍ୟରୁ ଓଡ଼ିଶାକୁ ସିଧା ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ମହାରାଷ୍ଟ୍ର କେରଳ, କର୍ଣ୍ଣାଟକ, ପଞ୍ଜାବ ଓ ଗୁଜୁରାଟ ଭଳି ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଏଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି । ଉକ୍ତ ରାଜ୍ୟ ଗୁଡ଼ିକରୁ ଆସୁଥିବା ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିବା ବାଧ୍ୟତାମୂଳକ । ଓଡ଼ିଶା ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ । ନେଗେଟିଭ୍‌ ରିପୋର୍ଟ ଆସିଲେ ତାଙ୍କୁ ଛଡ଼ାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ।

Leave a Reply