spot_img

Latest Posts

ଆଗାମୀ ମୁକାବିଲା ପାଇଁ ସତର୍କ ସୂଚନା, ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର: କୋଭିଡର ମୁକାବିଲା ପାଇଁ ସତର୍କ ରହିବା ଲାଗି ସମସ୍ତ ଜିଲ୍ଲାପାଳଙ୍କ ଚିଠି ଲେଖିଛି  ସ୍ବାସ୍ଥ୍ୟ ବିଭାଗ  ।  କୋଭିଡ 19 ପରିଚାଳନା ପରିପ୍ରେକ୍ଷୀରେ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ କଟକଣା ସାମାନ୍ୟ କୋହଳ କରାଯାଉଛି । ତେବେ ଟେଷ୍ଟ, ଟ୍ରାକ ଓ ଭ୍ୟାକ୍ସିନେସନ ପ୍ରତି ଦୃଷ୍ଟି ଦେବାକୁ ଚିଠିରେ ପରାମର୍ଶ ଦିଆଯାଇଛି ।

ସମୟକୁ ସମୟ ସ୍ଥିତିକୁ ଦେଖି ସରକାର ନେଉଥିବା ନିର୍ଦ୍ଦେଶନାମାକୁ କଠୋର ଭାବେ ପାଳନକରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଯଥେଷ୍ଟ ପରିମାଣର ସ୍ବାସ୍ଥ୍ୟ ସୁବିଧା, ଶଯ୍ୟା, ଅକ୍ସିଜେନ ବ୍ୟବସ୍ଥା, ଆଇସିୟୁ, ଭେଣ୍ଟିଲେଟର, ଆମ୍ବୁଲାନ୍ସ ଆଦି ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଗୁଡ଼ିକରେ ଉପଯୁକ୍ତ ବ୍ୟବସ୍ଥା କରିବା ସହ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା ଏସଓପି ପ୍ରତି ଗୁରୁତ୍ବ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି  ।

ସେପଟେ କୋଭିଡ ସମୟରେ ମେଡିକାଲ ଅଧିକ କ୍ରୀୟାଶୀଳ ହୋଇପଡ଼ିଛି  । ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ଉପରେ ନିର୍ଭର କରୁଛନ୍ତି ଅବା ଚିକିତ୍ସା ହେବା ପାଇଁ ଆସୁଛନ୍ତି  । ତେଣୁ ଏଭଳି ସ୍ଥିତିରେ ମେଡ଼ିକାଲ ମଧ୍ୟ ସେତିକି ସକ୍ଷମତା ରଖିବା ଆବଶ୍ୟକ  । ସେଥିପାଇଁ ଯଥେଷ୍ଟ ମାନବ ସମ୍ଭଳର ଆବଶ୍ୟକତା ରହିଥିବା ମଧ୍ୟ ଚିଠିରେ ଉଲ୍ଲେଖ ରଖିଛି ସ୍ବାସ୍ଥ୍ୟ  ବିଭାଗ  ।

Latest Posts

Don't Miss