ବନ୍ଧା ହେଲେ ଯୌନ ପିପାସୁ ହେଡମାଷ୍ଟର, ଖୋଲିବ ଯୌନ ଶୋଷଣ ଡାଏରୀ

1 min read

ସୁନ୍ଦରଗଡ଼: ଯୌନ ପିପାସୁ ପ୍ରଧାନଶିକ୍ଷକଙ୍କୁ ଗିରଫ କଲା ପୋଲିସ । ଯୌନ ନିର୍ଯାତନାରେ ଅତିଷ୍ଠା ହୋଇ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ବାନ୍ଧିଲା ପୋଲିସ । ଗତକାଲି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଅଞ୍ଚଳରେ ଏକ ସ୍କୁଲ ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ପଟେଲ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ପରିବାର ଲୋକେ କରିଥିଲେ ଅଭିଯୋଗ ।

ଅଭିଯୋଗ ଆସିବା ପରେ ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ତାଙ୍କ ବିରୋଧରେ ୩୦୨ ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।

ସେପଟେ ହଷ୍ଟେଲ କି ସ୍କୁଲର ଆଉ କୌଣସି ଛାତ୍ରୀ ପ୍ରଧାନଶିକ୍ଷକଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ନାହିଁ ତାହା ଏବେ ପ୍ରଶ୍ନବାଚୀ ଛିଡ଼ା କରିଛି । ପୋଲିସ ମଧ୍ୟ ଏହି ଦିଗରେ ତଦନ୍ତକୁ ଆଗକୁ ବଢାଇଛି । ଅନ୍ୟ ଛାତ୍ରୀ ନିର୍ଯାତିତ ହୋଇଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଥିବା ସୁନ୍ଦରଗଡ଼ ଏସପି ସାଗରିକା ନାଥ କହିଛନ୍ତି ।

ତେବେ କେବଳ ପ୍ରଧାନଶିକ୍ଷକ ଏହି କେଳେଙ୍କାରୀରେ ସମ୍ପୃକ୍ତ ନା ଏହା ପଛରେ ଆଉ କାହାର ହାତ ଅଛି ? ଏଭଳି ଜଘନ୍ୟ କାମର ପ୍ରଚ୍ଛଦପଟରେ ଆଉ କିଏ କିଏ ଅଛନ୍ତି କି, ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ଦେବି ହେଉଛି ।

https://www.youtube.com/watch?v=25AvAES0mbM