spot_img

Latest Posts

ମୁଣ୍ଡ ବିହୀନ ଖଣ୍ଡ ବିଖଣ୍ଡିତ କଙ୍କାଳ ସହ କଟାପାଦ ଉଦ୍ଧାର

ମୁଣ୍ଡ ବିହୀନ ଖଣ୍ଡ ବିଖଣ୍ଡିତ କଙ୍କାଳ ସହ କଟାପାଦ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା କାଦୋପାଣି ଗାଁ ନିକଟ ହିର୍ଲି ନଦୀରୁ ମୁଣ୍ଡ ବିହୀନ ଖଣ୍ଡ ବିଖଣ୍ଡିତ କଙ୍କାଳ ସହ ଏକ କଟାପାଦ ଉଦ୍ଧାର କରିଛି ପୋଲିସ I ହତ୍ୟା କିମ୍ବା ବଳି ସନ୍ଦେହ କରିଛନ୍ତି ଗ୍ରାମବାସୀ I ତେବେ କଙ୍କାଳଟି କାହାର ତାହା ଜଣାପଡି ନଥିବା ବେଳେ ଲରମ୍ଭା ପୋଲିସ ତଦନ୍ତ ଆରମ୍ଭ କରିଛି । ବଲାଙ୍ଗୀରରୁ ଫରେନ୍ସିଂକ ଟିମ ପହଞ୍ଚି ଛାନବିନ୍ ଆରମ୍ଭ କରିଛି । ନଦୀ ଭିତରୁ ପ୍ରଥମେ ଏକ କଟାପାଦ ଦେଖି ଗ୍ରାମବାସୀ ଲରମ୍ଭା ପୋଲିସକୁ ଖବର ଦେଇଥିଲେ l ପୋଲିସ ପହଂଚି ତଦନ୍ତ ଜାରି ରଖିଥିବା ବେଳେ କିଛି ଦୂରରେ ମୁଣ୍ଡ ବିହୀନ କଙ୍କାଳ ଠାବ ହୋଇଛି I

ଗତ ୨ ତାରିଖରେ କାଦୋପାଣି ଗାଁର ୧୧ ବର୍ଷର ନାବାଳକ ନିଖୋଜ ରହିଛି । ପୋଲିସ ନିଖୋଜ ନାବାଳକର କୋଣସି ପତ୍ତା ପାଉ ନଥିବାରୁ ମୃତଦେହଟି ସେହି ନାବାଳକର ବୋଲି ସନ୍ଦେହ କରିଛନ୍ତି ଗ୍ରାମବାସୀ l ନାବାଳକ ଜଣଙ୍କ ଶୌଚ ଆସିଥିବା ବେଳେ ଏହି ନଦୀରୁ ହିଁ ନିଖୋଜ ହୋଇଯାଇଥିଲେ I

୨ ଜଣ ମୁଖାପିନ୍ଧା ଦୃବର୍ତ୍ତ ଅପହରଣ କରିଥିବା ନେଇ ଲରମ୍ଭା ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ I ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି I ଏସବୁ ଭିତରେ ମୁଣ୍ଡ ବିହୀନ କଙ୍କାଳ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

Latest Posts

Don't Miss